୫ ମନ୍ଦିରରୁ ଚୋରି

୫ ମନ୍ଦିରରୁ ଚୋରି

Kashmir Life

ଚଣ୍ଡିଖୋଲ: ବଡ଼ଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମର ୫ଟି ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି। ମନ୍ଦିରଗୁଡ଼ିକରୁ ଚୋରମାନେ ଦାନବାକ୍ସ ଅର୍ଥ ସହିତ ସୁନାରୁପା ଅଳଙ୍କାର ଲୁଟି ନେଇଛନ୍ତି। ଏହି ଗ୍ରାମର ମା’ ନାହାକାଣୀ ଠାକୁରାଣୀ ମନ୍ଦିର, ଗ୍ରହରାଜ ଶନିଶ୍ଚର ମନ୍ଦିର, ଗ୍ରାମଦେବତୀ ମା’ ବୁଢ଼ୀ ଜାଗୁଳାଇ ମନ୍ଦିର, ହନୁମାନ ମନ୍ଦିର ଓ ଅଧିକାରୀ ରବୀନ୍ଦ୍ର ନାଥ ଦାଶଙ୍କ ଘର ନିକଟରେ ଥିବା ରାହାସ ବିହାରୀ ମଠରୁ ଚୋରମାନେ ଗତକାଲି ବିଳମ୍ବିତ ରାତିରେ ଚୋରି କରିଥିଲେ। ଆଜି ସକାଳେ ଏହା ଜଣା ପଡ଼ିବା ପରେ ଅଧିକାରୀ ରବୀନ୍ଦ୍ର ଦାଶ ଓ ଗ୍ରାମବାସୀଙ୍କ ପକ୍ଷରୁ ପୃଥକପୃଥକ ବଡ଼ଚଣା ଥାନାରେ ଅଭିଯୋଗ କରାଯାଇଥିଲା।

ଅଭିଯୋଗ ପରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି। ଲୁଟେରାମାନଙ୍କୁ ଗିରଫ କରିବାକୁ ସରପଞ୍ଚ ରାଜଲକ୍ଷ୍ମୀ ମହାନ୍ତି ଓ ସମିତିସଭ୍ୟ ମଧୁସୂଦନ ବଳ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe