ତେଜରାତି ଦୋକାନରୁ ଚୋରି

୬୨ ହଜାର ଟଙ୍କା ଲୁଟ୍‌, ୩ ଯୁବକ ଅଟକ

Dainik Bhaskar

ଚଣ୍ଡିଖୋଲ: ବାଲିଚନ୍ଦ୍ରପୁର ବଜାରର ମାଛ ମାର୍କେଟ ପାଖରେ ଥିବା ଏକ ତେଜରାତି ଦୋକାନରୁ ଗତ ୩୦ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଛି। ଲୁଟେରାମାନେ ନଗଦ ୩୦ ହଜାର ଟଙ୍କା ସହିତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ବୋଲି ଦୋକାନ ମାଲିକ କାର୍ତ୍ତିକ ଚନ୍ଦ୍ର ସାହୁ ଆଜି ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି।

ମଙ୍ଗଳବାର ରାତି ୧୦ ଟାରେ କାର୍ତ୍ତିକ ଦୋକାନର ମୁଖ୍ୟ କବାଟରେ ତିନୋଟି ତାଲା ପକାଇ ନିଜ ଗ୍ରାମ ଚାରିନଙ୍ଗଳକୁ ଯାଇଥିଲେ। ଆଜି ସକାଳେ ଆସି ଦୋକାନର ତିନୋଟି ଯାକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଦୋକାନର ବାକ୍ସରେ ଥିବା ନଗଦ ୩୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀକୁ ଲୁଟେରାମାନେ ନେଇଯାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe