ନରଦା ବଜାରର ୩ଟି ଦୋକାନରୁ ପୁଣି ଚୋରି

Advertisment
ନରଦା ବଜାରର ୩ଟି ଦୋକାନରୁ ପୁଣି ଚୋରି

ବାଲିପାଟଣା: ଭୁବନେଶ୍ଵର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ନରଦା ବଜାରର ୨ଟି ଦୋକାନରୁ ଗତକାଲି ରାତିରେ ଚୋରି ହୋଇଛି । ଗତ ମାସ ୨୫ରେ ଏହି ବଜାର ସାଇଶ୍ରୀ ମେଡ଼ିସିନ ଷ୍ଟୋରର ସଟର ତାଡି ୫୦ ହଜାର ଟଙ୍କା ମୂଲ୍ୟ ସାମଗ୍ରୀ ଲୁଟେରା ଲୁଟି ନେଇଥିଲେ। ପୁଲିସ ଉକ୍ତ ଘଟଣାର ଏଯାଏଁ ପର୍ଦାଫାଶ କରିବାରେ ସକ୍ଷମ ହୋଇନାହିଁ। ଗତକାଲି ହୋଇଥିବା ଚୋରି ସମ୍ପର୍କରେ ସ୍ଥାନୀୟ ଥାନାରେ ୨ଟି ଅଭିଯୋଗ ହୋଇଛି। ପୁଲିସ ଘଟଣା ସ୍ଥଳ ଅନୁସନ୍ଧାନ କରି ଫେରିଛି।

ସୂଚନା ମୁତାବକ, ନରଦା ବଜାରରେ ମୀର ରାଜୁ ଅଲ୍ଲୀଙ୍କ ଏକ ଟାୟାର ରିପ୍ୟାରିଙ୍ଗ ଦୋକାନ ଅଛି। ସେ ଗତକାଲି ରାତି ୯ ଟାରେ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ। ବିଳମ୍ବିତ ରାତିରେ ଦୋକାନ ଝରକା ଭାଙ୍ଗି କେହି ଦୁର୍ବୃତ୍ତ ୫ ଟି ଟ୍ୟୁବ, ୧ ଜଗ ରଡ଼ ଏବଂ ଛୋଟ ବଡ଼ ସମସ୍ତ ରେଞ୍ଚି ଲୁଟେରା ଲୁଟି ନେଇ ଥିବା ରାଜୁ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଉକ୍ତ ବଜାରରେ ଥିବା ବାବୁ ବାରିକଙ୍କ ପରିବା ଦୋକାନରୁ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣା ତଦନ୍ତ କରିଥିବା ବେଳେ ଚୋରଙ୍କ ଟେର ପାଇପାରି ନାହିଁ। ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଶା କାରବାର ହେଉଛି। ତେଣୁ ଚୋରି ଲୁଟ ବଢ଼ୁଥିବା ସାଧାରଣରେ ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe