ଆଜବେଷ୍ଟସ ଭାଙ୍ଗି ଦୋକାନରୁ ୬୦ ହଜାର ଟଙ୍କାରୁ ଅଧିକ ଚୋରି

ଆଜବେଷ୍ଟସ ଭାଙ୍ଗି ଦୋକାନରୁ ୬୦ ହଜାର ଟଙ୍କାରୁ ଅଧିକ ଚୋରି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତ୍ରିବେଣୀ ଛକ ଶିବାନୀ ପୂଜାଭଣ୍ଡାରରୁ ଆଜବେଷ୍ଟସ ଭାଙ୍ଗି ସିଲିଙ୍ଗ୍ ଫାଡ଼ି ଡ୍ରଭାଙ୍ଗି ୬୦ ଟଙ୍କା ଚୋରି କରି ଦୁର୍ବୃତ୍ତ ଫେରାର୍ ହୋଇଥିବା ଜଣାପଡ଼ିଛି।

ବିଶ୍ଵାମିତ୍ର ପ୍ରଧାନ ଗୁରୁବାର ରାତି ୯ଟା ୩୦ରେ ଦୋକାନ ବନ୍ଦ କରି ତାଙ୍କ ଘରକୁ ଯାଇଥିଲେ। ଯିବା ବେଳେ ୬୦ ହଜାର ଟଙ୍କାରୁ ଅଧିକ ତାଙ୍କ ଲକ୍ ଡ୍ରରେ ରଖି ଯାଇଥିଲେ। ରାତି ଗୋଟାଏ ବେଳେ ଜଣେ ଦୁର୍ବୃତ୍ତ ଆଜବେଷ୍ଟସ ଭାଙ୍ଗି ସିଲିଙ୍ଗ୍ ଫାଡ଼ି ମୁଁହରେ ଗାମୁଛା ଭିଡ଼ି ଦୋକାନ ଭିରରକ ପ୍ରବେଶ କରି ପ୍ରଥମ ଡ୍ର ଭାଙ୍ଗିଥିଲା। ସେଥିରେ ଥିବା ଟଙ୍କା ପ୍ରଥମେ ପକେଟ୍‌ରେ ପୁରାଇ ଦ୍ବିତୀୟ ଡ୍ର ଭାଙ୍ଗି ଏକ ଜରିରେ ଭରି ସେହି ରାସ୍ତା ଦେଇ ଫେରାଇ ହୋଇଯାଇଥିଲା। ସକାଳ ଆଠଟାରେ ଦୋକାନ ଖୋଲି ଦେଖିଲା ବେଳକୁ ଡ୍ର ଭାଙ୍ଗି ବା ଦେଖିବାକୁ ପାଇଥିଲେ। ନିଜ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ସବୁ ଜଣାପଡ଼ିଛି।

ଏଠାରେ ପ୍ରଶ୍ନ ଉଠୁଛି ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍‌କୁ ଲାଗି ଅଛି ଏହି ଦୋକାନ। ତାଙ୍କର ସିକ୍ୟୁରିଟି ଗାର୍ଡ ଜଗିଛି। ଏହା ସହିତ ବୀରମହାରାଜପୁର ଆଦର୍ଶ ଥାନାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି। ରାତି ସାରା ପୁଲିସ୍ ପାଟ୍ରୋଲିଙ୍ଗ୍ ଚାଲିଥିବାବେଳେ ଚୋର ପୁଲିସ୍‌କୁ ଚକମା ଦେଇ ଏଭଳି ଚୋରି କରିଥିବାରୁ ସଫଳ ହୋଇଛି। ଏଣୁ ପୁଲିସକୁ ଏକ ଚେତାବନୀ ଦେଲା ଭଳିଆ ହୋଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ସେପଟେ ଦୋକାନରେ ଲାଗି ଥିବା ସିସିଟିଭିରେ ଫୁଟେଜ, ସନ୍ଧାନି କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି ପୁଲିସ୍। ସନ୍ଧାନି କୁକୁର ଚମ୍ପାପୁର ଦେଇ ବୀରମହାରାଜପୁର ସୁବଳୟା ମୁଖ୍ୟ ରାସ୍ତା ପର୍ୟ୍ୟନ୍ତ ଯାଇଥିଲା।  ଏଏସ୍ ଆଇ ଅରବିନ୍ଦ ସାହୁ ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe