ଶିବ ମନ୍ଦିରରୁ ଚୋରି, ପୁଲିସର ତଦନ୍ତ ଜାରି

ଶିବ ମନ୍ଦିରରୁ ଚୋରି, ପୁଲିସର ତଦନ୍ତ ଜାରି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଲୁଣ୍ଡା ଥାନା ଅନ୍ତର୍ଗତ ଡାଲଡବା ଶିବ ମନ୍ଦିରରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ସମୟରେ ପୂଜକ ମନ୍ଦିର ବନ୍ଦ୍ କରି ଘରକୁ ଚାଲିଯାଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରୁ ବିଭିନ୍ନ ସାମଗ୍ରୀ ଚୋରି କରି ନେଇ ଯାଇଥିଲେ। ଆଜି ସକାଳୁ ପୂଜକ ବିମଳ ଥନାପତି ମନ୍ଦିରକୁ ଆସି ଖୋଲିଲା ପରେ ମନ୍ଦିରରୁ ଚୋରି ହୋଇଥିବା ନେଇ ଗ୍ରାମବାସୀ ଏବଂ ପୁଲିସକୁ ଜଣାଇଥିଲେ।

ଖବର ପାଇ ଧର୍ମଶାଳା ଫାଣ୍ଡି ଅଧିକାରୀ ଚକ୍ରଧର ‌ବାରଲେବିଡିଆ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତଦନ୍ତ କଲାପରେ ମନ୍ଦିର ପରିସରରେ ଥିବା କୂଅରୁ ପାଣି ମଟର, ମାଇକର ଏମ୍ଲିଫାୟାର, ୟୁନିଟ, କିଛି କପଡ଼ା ଏବଂ ଦଣ୍ଡ କଳାକାରଙ୍କ କିଛି ସାଜସଜ୍ଜା ଚୋରି ହୋଇଥିବା ଜଣାପଡ଼ିଥିଲା। ମନ୍ଦିର ପରିସର ଭିତରେ କୂଅ ପାଖରୁ ଏକ ବାକ୍ସ ପୁଲିସ ଜବତ୍ କରିଛି। ଏନେଇ ମୁଖ୍ୟ ପୂଜକ ଦିଲ୍ଲୀପ ଥନାପତି ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି। ଡ୍ରଗ୍ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ କରି ଫେରିଥିବା ବେଳେ ସାଇଣ୍ଟି ଫିକ ଟିମ୍ ତଦନ୍ତ ପ୍ରାୟ ପ୍ରାୟ ରାତି ୧୦ ରେ ସାରିଥିବା ତଦନ୍ତ ଅଧିକାରୀ ସୁଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe