ଗ୍ରିଲ୍ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି

୬୨ ହଜାର ଟଙ୍କା ଲୁଟ୍‌, ୩ ଯୁବକ ଅଟକ

Dainik Bhaskar

ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ବିଜୁ ନଗରରେ ରହୁଥିବା ଜିତେନ୍ଦ୍ର ପଣ୍ଡାଙ୍କ ଘରୁ ଗ୍ରିଲ୍‌ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଝାରସୁଗୁଡ଼ା ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଗତକାଲି ଶ୍ରୀ ପଣ୍ଡା ତାଙ୍କ ଘରେ ଶୋଇଥିଲେ।

ଏହି ସମୟରେ କେହି ଦୁର୍ବୃତ୍ତ ଗ୍ରିଲ୍‌ ତାଡ଼ି ଘର ଭିତରେ ପଶିବା ପରେ ଗୋଟିଏ ସୁନା ଚେନ୍‌, ୨ଟି ମଙ୍ଗଳସୂତ୍ର, ହଳେ ହାତୀଶୁଣ୍ଢ ବଳା, କାନଫୁଲ ଓ ନଗଦ ୨ ହଜାର ଟଙ୍କା ନେଇ ଯାଇଥିଲା। ସକାଳୁ ଘର ଲୋକେ ଉଠିବା ପରେ ଘଟଣା ସମ୍ପର୍କରେ ଜାଣି ପୁଲିସକୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe