ବ୍ରଜରାଜନଗରରୁ‌ ଚୋରି ଟ୍ରେଲର୍‌ ଝାଡ଼ଖଣ୍ଡରୁ ଜବତ, ୨ ଗିରଫ

Advertisment
ବ୍ରଜରାଜନଗରରୁ‌ ଚୋରି ଟ୍ରେଲର୍‌ ଝାଡ଼ଖଣ୍ଡରୁ ଜବତ, ୨ ଗିରଫ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ୯ ନମ୍ବର ମୁଣ୍ଡାପଡ଼ା ନିକଟରୁ ଗତ ନଭେମ୍ବର ମାସ ୨୭ ତାରିଖ ରାତି ୧୧ଟାରେ ଚୋରି ହୋଇଥିବା ଟ୍ରେଲର (ଓଆର-୧୬ବି-୭୨୮୮) ଝାଡ଼ଖଣ୍ଡର ରାଞ୍ଚିରୁ ଜବତ ହୋଇଛି। ଅଭିଯୋଗରେ ଓରିଏଣ୍ଟ୍‌ ଥାନା ପୁଲିସ ବ୍ରଜରାଜନଗର ଥାନା ଅନ୍ତର୍ଗତ ବରପାଲିର ତପନ ପ୍ରଧାନ (୨୮) ଓ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ସୁଦର୍ଶନ ସିଂହ(୩୫)କୁ ଗିରଫ କରିଛି। ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ବୈକୁଣ୍ଠ ସେଠ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର, ବନ୍ଧବାହାଲ, ବେଲପାହାଡ଼, ଝାରସୁଗୁଡା, ବଡ଼ମାଳ ଓ ସମ୍ବଲପୁର ଜିଲ୍ଲାର ଠେଲୋକୋଲୋଇ ଅଞ୍ଚଳରୁ କୌଶଳ କ୍ରମେ ଟ୍ରେଲର ଓ ହାଇୱା ଚୋରି କରି ଝାଡ଼ଖଣ୍ଡରେ ବିକ୍ରି କରୁଥିବା ଆଇଆଇସି ଶ୍ରୀ ସେଠ ପ୍ରକାଶ କରିଛନ୍ତି।

publive-image

ସୂଚନା ଅନୁଯାୟୀ ବ୍ରଜରାଜନଗର ଥାନା ଅନ୍ତର୍ଗତ ଓପିଏମ କଲୋନି କ୍ବାର୍ଟର୍ସ ନମ୍ବର ଏନ୍‌ଏସ୍ ୨୪ରେ ରହୁଥିବା ସନ୍ତୋଷ ସିଂହ ତାଙ୍କ ଟ୍ରେଲର୍‌କୁ ଓରିଏଣ୍ଟ ଥାନା ଅନ୍ତର୍ଗତ ମୁଣ୍ଡାପଡ଼ା ନିକଟରେ ରଖିଥିଲେ। ନଭେମ୍ବର ମାସ ୨୭ ତାରିଖ ରାତିରେ ଟ୍ରେଲର୍‌ ଚୋରି ହୋଇଥିବା ସେ ଜଣିବାକୁ ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ସବୁଆଡ଼ୁ ନିରାଶ ହେବା ପରେ ୪ ତାରିଖରେ ଓରିଏଣ୍ଟ୍‌ ଥାନାରେ ଏତଲା ଦେଇଥିଲେ। ଏସ୍‌ପି ବିକାଶ ଚନ୍ଦ୍ର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଶ୍ରୀ ସେଠଙ୍କ ନେତୃତ୍ୱରେ ଅନୁସନ୍ଧାନ କରି ଅଭିଯୁକ୍ତ ତପନ ପ୍ରଧାନକୁ ଧରିଥିଲେ। ତପନକୁ ପଚରାଉଚରା ପରେ ରାଞ୍ଚିରେ ଥିବା ସୁଦର୍ଶନକୁ ଗିରଫ କରିବା ସହ ଟ୍ରେଲର୍‌କୁ ଜବତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe