ଯୁବକଙ୍କୁ ଇଟାରେ ଛେଚି ପ୍ରାଣାନ୍ତକ ଆକ୍ରମଣ

ଯୁବକଙ୍କୁ ଇଟାରେ ଛେଚି ପ୍ରାଣାନ୍ତକ ଆକ୍ରମଣ

Newsd

ଝାରସୁଗୁଡ଼ା: ବଡ଼ମାଳ ଥାନା ମଲଦା ଗ୍ରାମର ପୁରୁଷୋତ୍ତମ ସେଟ୍‌ ଦିନ ପ୍ରାୟ ସାଢ଼େ ୩ଟା ବେଳେ ଏସ୍‌ଏମ୍‌ସି ସମ୍ମୁଖରେ ଥିବା ଏକ ହୋଟେଲକୁ ଖାଦ୍ୟ କିଣିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଥିବା ଜଣେ ବ୍ୟକ୍ତି ଅତର୍କିତ ଭାବେ ତାଙ୍କ ମୋବାଇଲ୍‌କୁ ଶ୍ରୀ ସେଟ୍‌ ଚୋରି କରି ନେଇଥିବା ଅଭିଯୋଗ କରି ଏକ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏ ସଂକ୍ରାନ୍ତରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe