ପଥର ଚୋରାଚାଲାଣ ଉପରେ ଚଢ଼ାଉ, ହାଇୱା ଓ ଜେସିବି ଜବତ

Advertisment
ପଥର ଚୋରାଚାଲାଣ ଉପରେ ଚଢ଼ାଉ, ହାଇୱା ଓ ଜେସିବି ଜବତ

Sambad

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ତହସିଲ ଲିଟିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରୁ ବେଆଇନ ପଥର ଚୋରାଚାଲାଣ ହେଉଥିବା ବେଳେ ଚଢ଼ାଉ ହୋଇଛି। ଏହି ଘଟଣାରେ ଏକ ହାଇୱା (ଓଡି୦୮କ୍ୟୁ୫୦୪୦) ଓ ଜେସିବି (ଓଡ଼ି ୦୮ଏଲ-୨୫୨୫) କୁ ଜବତ କରାଯାଇଛି। ତହସିଲଦାର ଲୋକନାଥ ଶବରଙ୍କ ନେତୃତ୍ୱରେ ଏକ ସ୍କ୍ୱାଡ୍‌ ଏବଂ ପୁଲିସ ପ୍ରଶାସନ ମିଳିତ ଭାବେ ଚଢ଼ାଉ କରିଥିଲେ।

ଗାଡ଼ି ୨ଟି ଜୟପାଟଣା ନିବାସୀ ମୋହନଲାଲ ଅଗ୍ରୱାଲଙ୍କ ବୋଲି ସୂଚନା ରହିଛି। କଳାହାଣ୍ଡି ଜିଲ୍ଲା ଚକୁଳି ବ୍ରିଜ୍‌ ନିର୍ମାଣ କାର୍ଯ୍ୟକୁ ଉକ୍ତ ପଥର ଚାଲାଣ ହେଉଥିଲା ବୋଲି ଗାଡ଼ି ଚାଳକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe