Sambad
ଜୟପୁର: ୫ଟି ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଦେଖାଦେଇଛି। ଏହା ପରେ ରାଜ୍ୟ ସରକାର ସବୁ ଜିଲ୍ଲାରେ କଡ଼ା କଟକଣା ପାଳନ କରିବାକୁ ମାର୍ଗଦର୍ଶିକା ଜାରୀ କରିଛନ୍ତି। ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତାକୁ ବଜାୟ ରଖିବା ଆଦି ନିର୍ଦେଶ ଦେଇଛନ୍ତି। ଆଜି ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର, ତହସିଲ, ପୁଲିସ ଓ ପୌରପାଳିକାର କର୍ମଚାରୀମାନେ ମାସ୍କ ଯାଂଚ କରିବା ସହ ଗାଇଡ଼ଲାଇନ୍ ପାଳନ ହେଉଛି କି ନାହିଁ ଯାଂଚ କରିଥିଲେ।
Sambadବିକ୍ରମ ଦେବ ମହାବିଦ୍ୟାଳୟରେ ଚାଳିଥିବା ଶ୍ରେଣୀ ସାମାଜିକ ଦୂରତା ତଥା ମାର୍ଗଦର୍ଶିକା ଅନୁଯାୟୀ ଚାଳିଛି କି ନାହିଁ ତହସିଲଦାର ଯାଂଚ କରିଥିଲେ। ଛାତ୍ରଛାତ୍ରୀ ମାନେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ବସିଥିବା ତହସିଲଦାର ଦେଖିଥିବା କହିଛନ୍ତି। ସେଭଳି ଆଜି ସହରରେ ମାସ୍କ ପିନ୍ଧି ନଥିବା ୪ଜଣଙ୍କ ଠାରୁ ୨ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା କହିଛନ୍ତି ତହସିଲଦାର। ଆଗାମୀ ଦିନରେ ଯାଂଚକୁ ତ୍ବାରାନ୍ବିତ କରାଯିବା ସହ ସ୍କୁଲ, କଲେଜ, ସରକାରୀ, ବେସରକାରୀ ଅନୁଷ୍ଠାନ, ସପିଂ ମଲ, ଦୋକାନ, ବଜାର ଆଦିରେ ବି କରାଯିବ ବୋଲି କହିଛନ୍ତି ତହସିଲଦାର।
Follow Us