ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦାବି ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ

Advertisment
ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦାବି ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ପଞ୍ଚାୟତବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ କରାଯାଇଛି। ବଙ୍ଗୋମୁଣ୍ଡାର ସରପଞ୍ଚ ଅଜିତ କୁମାର ଯୋଶୀ, ବ୍ଲକଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସନ୍ତୋଷ ତ୍ରିପାଠୀ, ରୋୟଲ ଜୈନ ମୋଟ ୪ ଜଣ ମିଶି ଅନଶନ କରୁଥିବାବେଳେ ବଙ୍ଗୋମୁଣ୍ଡା ପଞ୍ଚାୟତର ବିଭିନ୍ନ ସଂଗଠନ ଓ ପଞ୍ଚାୟତବାସୀ ସମର୍ଥନ କରିଛନ୍ତି ।

ବଙ୍ଗୋମୁଣ୍ଡାକୁ ଏନଏସି ନ କରାଯାଇ ଅଣଦେଖା କରିଥିବାବେଳେ ଦୀର୍ଘ ବର୍ଷ ହେଲା ବଙ୍ଗୋମୁଣ୍ଡାକୁ ଏନଏସି ଦାବି ନେଇ ଆନ୍ଦୋଳନ କରାଯାଇଥିଲା ହେଲେ ନୂତନ ଏନଏସି ଘୋଷଣାରେ ବଙ୍ଗୋମୁଣ୍ଡା ନାମ ନଥିବାରୁ ଅଞ୍ଚଳବାସୀ ନିରାଶ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇ ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା। ପ୍ରଥମେ ମାଟି ପରେ ପାର୍ଟି ବୋଲି ରାଜନୈତିକ ଦଳଗୁଡିକ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ପୁଲିସ ମୁତୟନ, ଘଟଣାସ୍ଥଳରେ କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସହ ପୁଲିସ ମୁତୟନ ହୋଇଛନ୍ତି । ଆଗାମୀ ଦିନରେ ଭୋଟ ବର୍ଜନ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe