ପରିବହନ ଶ୍ରମିକଙ୍କ ସମସ୍ୟା ନେଇ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

Advertisment
ପରିବହନ ଶ୍ରମିକଙ୍କ ସମସ୍ୟା ନେଇ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

Sambad

ଖୋର୍ଦ୍ଧା: କରୋନା ମହାମାରୀ ଓ କଟକଣାରେ ଜିଲ୍ଲାର ପରିବହନ ଶ୍ରମିକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏନେଇ ଜଟଣୀର ଟ୍ୟାଙ୍କର ଟ୍ରାନ୍ସପୋର୍ଟ ୟୁନିଅନ୍ ଓ ଅଲ୍ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କସ ଫେଡ୍‌ରେସନ୍‌ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି ଫଳରେ ଏଥିରେ କାମ କରୁଥିବା କଣ୍ତକ୍ଟର, ଡ୍ରାଇଭର, ହେଲ୍‌ପର ଆଦି ପ୍ରାୟ ୬୦ହଜାର ଶ୍ରମିକ ନିଜର ଜୀବିକା ହରାଇଛନ୍ତି। ରାଜ୍ୟ ସରକାର ବସ୍‌ ମାଲିକଙ୍କ ଦାବି ଅନୁସାରେ ସେସ୍‌ ପାଣ୍ଠୀରୁ ସହଯୋଗ କଲେ କିନ୍ତୁ ବସ୍‌ରେ କାମ କରୁଥିବା ଶ୍ରମିକଙ୍କୁ କୌଣସି ସହାୟତା ଦେଲେ ନାହିଁ। ଏଣୁ ସେମାନେ ପୂର୍ବରୁ ପ୍ରତି ଶ୍ରମିକଙ୍କୁ ମାସିକ ୭,୫୦୦ ଟଙ୍କା ଓ ପରିବାରକୁ ମୁଣ୍ଡପିଛା ୧୦ କିଲୋ ଚାଉଳ ଦେବା ପାଇଁ ଦାବି କରିଥିଲେ।

ଏଣୁ ଅତିଶୀଘ୍ର ବସ୍‌ ଶ୍ରମିକଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ପୂର୍ବୋକ୍ତ ଦାବି ଅନୁସାରେ ସହାୟତା ଦିଆଯାଉ। ଆଜିର ଏହି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଟ୍ରାନ୍ସପୋର୍ଟ ୱାର୍କସ ଫେଡ୍‌ରେସନ୍‌ ଜିଲ୍ଲା ଶାଖା ପକ୍ଷରୁ ସିଆଇଟିୟୁର ଜିଲ୍ଲା ସଭାପତି ଗିରିଶ ଚନ୍ଦ୍ର ମହାରଣା, ଜିଲ୍ଲା ସମ୍ପାଦକ ଶୈଳେଶ ବଳିଆରସିଂହ, ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରଭାତ ପାଣିଗ୍ରାହୀ, ନିରଂଜନ ବେହେରା, ହାଡ଼ିବନ୍ଧୁ ବେହେରା, ଗଣେଶ ବେହେରା, ବିଧୁଭୂଷଣ ମହାରଣା, କରୁଣାକର ବିଶ୍ୱାଳ, ସୋନୁ ସିଂହ, ଅଜୟ ବାରିକ, ଲକ୍ଷ୍ମୀଧର ଗୁରୁ, ଲକ୍ଷ୍ମୀଧର ଗୋଚ୍ଛି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe