ନୀଳାଚଳ କର୍ମଚାରୀଙ୍କ ଧାରଣା ୧୬ ଦିନରେ, ମାସକର ଦରମା ଦେବା ପାଇଁ କର୍ତ୍ତୃପକ୍ଷ ରାଜି

Advertisment
ନୀଳାଚଳ କର୍ମଚାରୀଙ୍କ ଧାରଣା ୧୬ ଦିନରେ, ମାସକର ଦରମା ଦେବା ପାଇଁ କର୍ତ୍ତୃପକ୍ଷ ରାଜି

ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳର ନୀଳାଚଳ କାରଖାନାରେ କର୍ମଚାରୀଙ୍କ ଧାରଣା ୧୬ ଦିନରେ ପହଞ୍ଚିଛି। ମିଳିତ ମଞ୍ଚ, ସମସ୍ତ ୟୁନିୟନ ଏବଂ ଆସୋସିଏସନ ସହଯୋଗରେ ବକେୟା ଦରମା ଦାବିରେ କର୍ମଚାରୀମାନେ ଦିବାରାତ୍ର ରେଳଧାରଣାରେ ବସିରହିଛନ୍ତି।

ଆଜି ନୀଳାଚଳ କର୍ତ୍ତୃପକ୍ଷ ବକେୟା ୧୧ମାସର ଦରମାରୁ କର୍ମଚାରୀଙ୍କୁ ଗୋଟିଏ ମାସର ଦରମା ଦେବାକୁ ରାଜି ହୋଇଛନ୍ତି। ଫଳରେ ୧୬ ଦିନ ଧରି ଅଟକି ରହିଥିବା ଲୋଡିଂ ରେକ୍‌ ଛାଡ଼ିବାର ବାଟ ଫିଟିଛି। ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ହୋଇଥିବା ଚୁକ୍ତି ଅନୁଯାୟୀ ଦରମା ପ୍ରଦାନ ଓ କୋକ୍‌ ଡେସ୍ପାଚ ବାବଦରେ ଅବଶିଷ୍ଟ ବକେୟା ଦରମା ପ୍ରଦାନ ପାଇଁ ନୀଳାଚଳ ପକ୍ଷରୁ ଲିଖିତ ରାଜିନାମା ନହେଲେ ରେକ୍‌କୁ ଛଡ଼ାଯିବନି ବୋଲି କର୍ମଚାରୀମାନେ ଅଡ଼ି ବସିଛନ୍ତି। ଆସନ୍ତାକାଲି ସୁଦ୍ଧା ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆଉ ବକେୟା ୧୦ ମାସର ଦରମା ମିଳିବା ସମ୍ପର୍କରେ ଆଲୋଚନା କରାଯିବ। ସହମତି ପ୍ରକାଶ ପାଇଲେ ରେକ୍‌ ଛଡ଼ାଯିବ ବୋଲି କର୍ମଚାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe