ସୁପ୍ରିମକୋର୍ଟଙ୍କ ଆରକ୍ଷଣ ରାୟକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ରହିଲା ଦୋକାନବଜାର-ସ୍କୁଲ, କଲେଜ

Advertisment
ସୁପ୍ରିମକୋର୍ଟଙ୍କ ଆରକ୍ଷଣ ରାୟକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ରହିଲା ଦୋକାନବଜାର-ସ୍କୁଲ, କଲେଜ

ରାଇରଙ୍ଗପୁର/ମାଲକାନଗିରି: ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଆଜି ଦେଶବ୍ୟାପୀ ୧୨ ଘଣ୍ଡିଆ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ବିଭିନ୍ନ ପଛୁଆ ବର୍ଗର ସଂଗଠନ ଓ ରାଜନୈତିକ ସଂଗଠନ ବନ୍ଦ ଡାକରାକୁ ସମର୍ଥନ କରିବା ସହ ସାରା ଦେଶରେ ଅଖ ଚକ ଦୋକାନ ବଜାର ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ଆଗେଇ ଆସିଥିଲେ । ଫଳରେ ଆଜି ସକାଳୁ ସକାଳୁ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖୁବାକୁ ମିଳିଛି । ମାସା ଆର୍ମି, ଝାଡ଼ଖଣ୍ଡ ମୁକ୍ତି ମୋର୍ଜା, ଏସ.ଟି ଏସ.ସି ମିଳିତ ମୋର୍ଜା, ମାରିସା, ପେସା, ବିଏସପି, ଭିମ ଆଜାଦ ପାର୍ଟି, ଆମ୍ବେଦକର ରାଇଟ ପାର୍ଟି ଆଦି ସଂଗଠନ ଗୁଡ଼ିକ ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ମୟୁରଭଞ୍ଜ ରାଜରାସ୍ତାକୁ ଓହ୍ଲାଇଥିଲେ ।

publive-image

ମୟୂରଭଞ୍ଜ ଜିଲ୍ଲାର ବାରିପଦା, କପ୍ତିପଦା, ରାଇରଙ୍ଗପୁର ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ରାଇରଙ୍ଗପୁର ଭଳି ମାଲକାନଗିରିରେ ମଧ୍ୟ ଚକ ଅଖ ସହ ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା। ଯାହାଫଳରେ ଅନେକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଲକାନଗିରି ଜିଲ୍ଲା ସଂପୂର୍ଣ୍ଣ ଭାବେ ୧୨ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା।ବନ୍ଦ ଡାକରାରେ ଜରୁରୀକାଳୀନ ସେବାଗୁଡିକ ବାଦ୍ ଦିଆଯାଇଥିଲା ।ସକାଳ ୬ ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସବୁ ଠପ୍ ହୋଇଯାଇଥିଲା। ସ୍କୁଲ୍ କଲେଜ୍ ଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe