କୋଭିଡ ଆକ୍ରାନ୍ତଙ୍କ ଶବ ପୋତିବାକୁ ବିରୋଧ, ରାସ୍ତାରୋକ

Advertisment
କୋଭିଡ ଆକ୍ରାନ୍ତଙ୍କ ଶବ ପୋତିବାକୁ ବିରୋଧ, ରାସ୍ତାରୋକ

Sambad

ବାରିପଦା: କବରଖାନାରେ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ ଶରୀର ପୋତିବାକୁ ଉତ୍ତେଜନା ଓ ରାସ୍ତାରୋକ। ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୪ରେ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଶବ ସଂସ୍କାର ପାଇଁ ରହିଛି କବରଖାନା। କିନ୍ତୁ ଗତ କିଛି ମାସ ଧରି ଏହି କବରଖାନାରେ କରୋନାରେ ମୃତ୍ୟୁବରଣ କରିଥିବା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଏଠାରେ ପୋତା ଯାଉଥିଲା।

publive-image Sambad

ତେବେ ଆଜି ଜଣେ କୋଭିଡ ମୃତକଙ୍କୁ ଏଠାରେ ପୋତା ଯିବାକୁ ନେଇ ସ୍ଥାନୀୟ ଲୋକେ ମରଶରୀର ଆଣିଥିବା ଗାଡିଟିକୁ ଅଟକାଇବା ସହ ତୁଳସୀଚୌରା-କାଳୀମନ୍ଦିର ରାସ୍ତାକୁ ଅବରୋଧ କରିଦେଇଥିଲେ। ଖବର ପାଇ ବାରିପଦା ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ଲୋକଙ୍କ ସହ ବୁଝାସୁଝା କରିଥିଲେ। ଆସନ୍ତା କାଲି ଉପଜିଲ୍ଲାପାଳଙ୍କ ନିକଟକୁ ଆସି ଉକ୍ତ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe