ନର୍ସିଂହୋମରେ ଅପରେସନ ବେଳେ ଯୁବକ ମୃତ, କଟକ-ନରସିଂହପୁର ରାସ୍ତା ଅବରୋଧ କଲେ ପରିବାର ଓ ଗ୍ରାମବାସୀ

Advertisment

୨୦ ଲକ୍ଷ ଟଙ୍କା ସମେତ ନର୍ସିଂହୋମ ସିଜ୍ କରିବାକୁ ଦାବି ପୂରଣ

୨୦ ଲକ୍ଷ ଟଙ୍କା ସମେତ ନର୍ସିଂହୋମ ସିଜ୍ କରିବାକୁ ଦାବି ପୂରଣ

ନର୍ସିଂହୋମରେ ଅପରେସନ ବେଳେ ଯୁବକ ମୃତ, କଟକ-ନରସିଂହପୁର ରାସ୍ତା ଅବରୋଧ କଲେ ପରିବାର ଓ ଗ୍ରାମବାସୀ

କଟକ/ନରସିଂହପୁର: କଟକ ଜିଲ୍ଲାର କାନପୁର ଥାନା ଅନ୍ତର୍ଗତ ଏକଡ଼ାଳସ୍ଥିତ ଶୁଶ୍ରୂଷା ନର୍ସିଂହୋମରେ ଅପରେସନ ସମୟରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କ୍ଷତିପୂରଣ ବାବଦ ୨୦ ଲକ୍ଷ ଟଙ୍କା ସହିତ ନର୍ସିଂହୋମକୁ ସିଲ୍ କରିବା ଦାବିରେ ମୃତହେଦ ରଖି ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବାଗଧରିଆ ଛକ ଠାରେ ଟାୟାର ଜାଳି କଟକ- ନରସିଂହପୁର ୬୫ ନମ୍ବର ରାଜପଥ ଅବରୋଧ କରିଥିବା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ସକାଳ ୬ଟା ଠାରୁ ରାସ୍ତା ଅବରୋଧ କରିବା ଦ୍ବାରା ଗାଡ଼ି ଚଳାଚଳ ସହିତ ଜୀବନଯାତ୍ରା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯୁବକଙ୍କ ଘର ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମର ମାୟାଧର ରାଉତଙ୍କ ପୁଅ ନିରାକର ରାଉତ(୨୫) ବୋଲି ଜଣାପଡ଼ିଛି। ମୃତ ନିରାକରଙ୍କ ମା‘ ବୀଣାପାଣୀ ରାଉତଙ୍କ କହିବ ଅନୁଯାୟୀ, ଗତକାଲି ନିରାକର ମଳକଣ୍ଟକ ଅପରେସନ ପାଇଁ ଏକଡ଼ାଳସ୍ଥିତ ଶୁଶ୍ରୂଷା ନର୍ସିଂହୋମକୁ ଯାଇଥିଲା।

ଅପରେସନ ବେଳେ ତାଙ୍କୁ ନିଶା ଇଂଜେକ୍‌ସନ ଦିଆଯାଇଥିଲା। ସେହି ସମୟରେ ତାଙ୍କର ରକ୍ତସ୍ରାବ ବନ୍ଦ ହୋଇନଥିବା ବେ‌ଳେ ତାର ମୃତ୍ୟୁ ହୋଇଥିଲା। ମୃତ୍ୟୁ ହୋଇଥିବା ଜାଣି ତରବରିଆ ଭାବେ ତାଙ୍କୁ ତୁରନ୍ତ ଏକ ଗାଡ଼ିରେ ନର୍ସିଂହୋମ ପରିଚାକଳ ଅଜୟ କୁମାର ପଣ୍ତା କଟକ ନେଇ ଯାଇଥିଲେ। ଡାକ୍ତର ଦେଖିବା ପରେ ନିରାକରଙ୍କ ଅପରେସନ ସମୟରେ ମୃତ୍ୟୁ ହୋଇଛି ବୋଲି କହିଥିଲେ। ଖବର ପାଇ କାନପୁର ଥାନା ଅଧିକାରୀ ସସ୍ମିତା ରଣା, ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ବୁଝାଶୁଝା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe