ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୨୪ରେ ଆନ୍ଦୋଳନ

Advertisment

କ୍ରିୟାନୁଷ୍ଠାନ କମିଟିର ଚୂଡାନ୍ତ ପ୍ରସ୍ତୁତି ବୈଠକ, ଘଣ୍ଟିକିଆ ବନ୍ଦ ପାଇଁ ଅନୁରୋଧ

କ୍ରିୟାନୁଷ୍ଠାନ କମିଟିର ଚୂଡାନ୍ତ ପ୍ରସ୍ତୁତି ବୈଠକ, ଘଣ୍ଟିକିଆ ବନ୍ଦ ପାଇଁ ଅନୁରୋଧ

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୨୪ରେ ଆନ୍ଦୋଳନ

Sambad

ଭଦ୍ରକ: ଭଦ୍ରକରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନେଇ ଦାବିକୁ ଅଧିକ ଜୋର କରିବା ପାଇଁ ଆସନ୍ତ ୨୪ ତାରିଖ ଜିଲ୍ଳାର ସମସ୍ତ ବ୍ଳକରେ ଆନ୍ଦୋଳନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ଏଥି ନିମନ୍ତେ ସମସ୍ତ ବ୍ଳକ ସ୍ତରରେ ପ୍ରସ୍ତୁତି ବୈଠକ କରାଯିବା ପରେ ଆଜି ଭଦ୍ରକ ବ୍ଳକ ଓ ସହର ସ୍ତରୀୟ ଚୂଡାନ୍ତ ବୈଠକ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ବୈଠକରେ କମିଟିର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସାମାଜିକ ସଂଗଠନର କର୍ମକର୍ତ୍ତ‌ା ମାନେ ଯୋଗ ଦେଇ ଏହି ଆନ୍ଦୋଳନକୁ ସଫଳ କରାଇବା ପାଇଁ ମତାମତ ରଖିଥିଲେ। ଆଗାମୀ ୨୪ ତାରିଖ ସକାଳ ୮ଟା ସମୟରେ ଏକ ବିଶାଳ ଶୋଭାଯାତ୍ରା ଭଦ୍ରକ ଟାଉନହଲ୍ ଠାରୁ ବାହାରି ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟକୁ ଯିବ।

ସେଠାରେ ପଥପ୍ରାନ୍ତ ସଭା ପରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ। ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଭଦ୍ରକବାସୀ ଯୋଗ ଦେବାକୁ ବୈଠକରେ ଅନୁରୋଧ କରାଯାଇଥିଲା। ଆନ୍ଦୋଳନକୁ ସମର୍ଥନ କରି ଭଦ୍ରକ ସହରରେ ଏକ ଘଣ୍ଟିକିଆ ବନ୍ଦ ପାଳନ ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ଏହି ବନ୍ଦରେ ସମସ୍ତ ଦୋକାନୀ ଦୋକାନ ବନ୍ଦ କରି କେବଳ ସମର୍ଥନ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe