ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

Advertisment
ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି
ଭଦ୍ରକ: ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ନିଷ୍ପତ୍ତି କ୍ରମେ ଭଦ୍ରକ ଜିଲ୍ଲା ସଙ୍ଘ ପକ୍ଷରୁ କୃଷି କାର୍ଯ୍ୟାଳୟ ଆଗରେ ଶନ୍ତିପୂର୍ଣ ଭାବେ ଧାରଣା ଦିଆଯାଇଛି। ବିଭିନ୍ନ ଦାବି ନେଇ କର୍ମଚାରୀମାନେ ବୁଧବାର ଦିନ ସମୁହ ଧାରଣାରେ ବସିଛନ୍ତି। ଦୀର୍ଘ ୫୦ ବର୍ଷ ଧରି ନିରନ୍ତର ଭାବେ କାର୍ଯ୍ୟ କରିଆସୁଥିବା ବେଳେ ନୂତନ କ୍ୟାଡର ଗଠନ, ଗ୍ରେଡ଼ ପେ’ ଲାଗୁ ଆଦି ଦାବି ନେଇ ଧାରଣାରେ ବସିଛନ୍ତି କର୍ମଚାରୀମାନେ।
ଗତ ୧୩ରୁ ଆରମ୍ଭ ହୋଇଥିବା ଏହି ଧାରଣା ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଭାବେ କୃଷି କାର୍ଯ୍ୟାଳୟ ନିକଟରେ ଧାରଣା ଦେବେ। ଯଦି ସରକାର କୌଣସି ଦାବି ନଶୁଣନ୍ତି ତେବେ ରାଜ୍ୟ କୃଷି ଭବନ ଆଗରେ ଆସନ୍ତା ୨୦ ତାରିଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଆନ୍ଦୋଳନରେ ବସିବେ ବୋଲି କହିଛନ୍ତି। ଜିଲା ସଙ୍ଘ ଅଧ୍ୟକ୍ଷ ଆଲୋକ କୁମାର ନାୟକ, ସଭାପତି ଶିବ ନାରାୟଣ ପାଣି, ଉପଦେଷ୍ଟା ଆଲୋକ କୁମାର ମଲ୍ଲିକ, ପ୍ରମୋଦ କୁମାର ନାୟକ, ଉପସଭାପତି ବିକ୍ରମାଦିତ୍ୟ ନାୟକ, ବନ୍ଦନ ନନ୍ଦ, କେଦାର ବେହେରା, ନଗେନ ପଣ୍ଡା, ସନ୍ତୋଷ ମହାନ୍ତି,ବାସନ୍ତିଲତା ସ୍ୱାଇଁ, ଅଜୟ ଦାସ, ଭୀମସେନ ସାମଲ, ଶିବ ମୁର୍ମୁ, ମମତା ମଞ୍ଜରୀ ସେଠି ଏବଂ ଭଦ୍ରକ ଜ଼ିଲ୍ଲାରୁ ରାଜ୍ୟ ସଂଘର କର୍ମକର୍ତା ରାମ ଚନ୍ଦ୍ର ମୁର୍ମୁ ଏବଂ ୭ଟି ବ୍ଲକ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ  ଭଦ୍ରକ ଜିଲା ମୁଖ୍ୟ କୃଷି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe