ତୃତୀୟ ଦିନରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଛାତ୍ର ଅନଶନ: ଅସୁସ୍ଥ ଅନଶନକାରୀ ହସ୍‌ପିଟାଲରେ ଭର୍ତ୍ତି

ଫି ହ୍ରାସ ଘଟଣାର ସମାଧାନ ପାଇଁ କୁଳାଧିପତିଙ୍କୁ ପତ୍ର ଲେଖିଲେ କୁଳପତି

ତୃତୀୟ ଦିନରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଛାତ୍ର ଅନଶନ: ଅସୁସ୍ଥ ଅନଶନକାରୀ ହସ୍‌ପିଟାଲରେ ଭର୍ତ୍ତି

ବାରିପଦା: ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ଚାଲିଥିବା ଛାତ୍ର ଅନଶନ ଆଜି ୩ୟ ଦିନରେ ପହଞ୍ଚିଛି। ଆଜି ଅନଶନରତ ଛାତ୍ରଙ୍କ ମଧ୍ୟରୁ ଜଣେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ପିଆରଏମ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପିଜି ଛାତ୍ରଛାତ୍ରୀଙ୍କର ମୋଟ ରିଆଡମିସନ୍‌ ଫି’ର ୭୦ ପ୍ରତିଶତ ଛାଡ଼ ଦାବିରେ ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ ଜାରି ରହିଛି। ଏହି ଘଟଣାର ସମାଧାନ ପାଇଁ କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ କୁଳାଧିପତି ତଥା ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି।

ସେଲ୍‌ଫ ଫାଇନାନ୍‌ସିଂ କୋର୍ସରେ ରିଆଡମିସନ ଫି ହ୍ରାସ ନେଇ ନିଷ୍ପତି ନେବାକୁ କୁଳପତି ଶ୍ରୀ ଚାନ୍ଦ କୁଳାଧିପତିଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ଏହି ଘଟଣାର ସମାଧାନ ନେଇ ଖୁବ୍‌ଶୀଘ୍ର ପଥ ପରିଷ୍କାର ହେବ ବୋଲି କୁଳପତି ଶ୍ରୀ ଚାନ୍ଦ ଆଶାବ୍ୟକ୍ତ କରିଛନ୍ତି। କରୋନା ସମୟରେ ଛାତ୍ରଛାତ୍ରୀମାନେ ବର୍ଦ୍ଧିତ ଫି ଦେବାକୁ ଅସମର୍ଥ। ତେଣୁ ଛାତ୍ରଛାତ୍ରୀମାନେ ଆମରଣ ଅନଶନ ଜାରି ରଖିଥିବା ଛାତ୍ରନେତା ଚିତ୍ତେଶ୍ୱର ବେହେରାଙ୍କ ପକ୍ଷରୁ ପ୍ରକାଶ। ଉଲ୍ଲେଖଯୋଗ୍ୟଯେ ଚିତ୍ତେଶ୍ବରଙ୍କ ସମେତ ବିଶ୍ୱରଞ୍ଜନ ରାଉତ, ସମୀର ଦାସ, ଆଶୁତୋଷ ଦେ, ଜୟଦେବ ପଣ୍ଡା, ପ୍ରଦୀପ କୁମାର ମାଝୀ ପ୍ରମୁଖ ଆମରଣ ଅନଶନରେ ବସିଛନ୍ତି। ଅନଶନରତ ଛାତ୍ରଙ୍କୁ ସମର୍ଥନ ଦେଇ ଆଜି ପୂର୍ବତନ ଛାତ୍ରସଂସଦ ସଭାପତି ଶଙ୍କର୍ଷଣ ପଣ୍ଡା ଅନଶନରେ ଯୋଗଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe