୪ ଦଫା ଦାବିରେ ପ୍ରାଣୀ ଚିକିତ୍ସକଙ୍କ ଧାରଣା ଜାରି

Advertisment
୪ ଦଫା ଦାବିରେ ପ୍ରାଣୀ ଚିକିତ୍ସକଙ୍କ ଧାରଣା ଜାରି

ରାୟଗଡ଼ା: ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧ ଗୋଟି ବ୍ଲକ୍‌ର ୧୬ ଗୋଟି ପ୍ରାଣୀ ଚିକିତ୍ସାଳୟରେ ଥିବା ସମସ୍ତ ପ୍ରାଣୀ ଚିକିତ୍ସକମାନେ ଛୁଟି ନେଇ ଧାରଣାରେ ବସିଛନ୍ତି।

ପ୍ରକାଶଥାଉ କି ରାୟଗଡ଼ା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ସେମାନଙ୍କର ୪ ଦଫା ନ୍ୟାର୍ଯ୍ୟ ଦାବି ପାଇଁ ଗତ ୧୮ ତାରିଖ ଠାରୁ ସମୂହ ଛୁଟିରେ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳ ରାୟଗଡ଼ାଙ୍କ ଜରିଆରେ ପ୍ରଦାନ କରାଯାଇଛି।ଏହି ଦାବିଗୁଡିକ ମଧ୍ୟରୁ ନିଶୁଳ୍କ ପ୍ରାଣୀ ଚିକିତ୍ସା ସେବା,୨୪ ଘଣ୍ଟିଆ ବିଶେଷଜ୍ଞ ସେବା, ରେଫରାଲ ସୁବିଧା ସେବା,ଦ୍ବାରଦେଶରେ ଚିକିତ୍ସା,ପ୍ରାଣିପାଳନ ବିଭାଗର ସମ୍ପୂର୍ଣ୍ଣ ରୂପାନ୍ତରଣ ସହିତ ଆବଶ୍ୟକ କ୍ୟାଡ଼ର ପୁନର୍ଗଠନ,କେନ୍ଦ୍ରୀୟ ହାରରେ ଡିଏସିପି ଏବଂ କେନ୍ଦ୍ରୀୟ ହାରରେଏନପିଏ ପ୍ରଦାନ। କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ପ୍ରାଣୀ ଚିକିତ୍ସକମାନଙ୍କ ନାର୍ଯ୍ୟ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ତେଣୁ ବାଧ୍ୟ ହୋଇ ଆଜି ସେମାନେ ତୃତୀୟ ଦିନରେ ସେମାନଙ୍କର ଛୁଟିରୁ ଅବ୍ୟାହତି ନେଇ ନାହାନ୍ତି ବୋଲି ରାୟଗଡ଼ା ଜିଲ୍ଲା ପ୍ରାଣୀ ଚିକିତ୍ସl ସେବା ସଂଘର ସାଧାରଣ ସମ୍ପାଦକ ଡାକ୍ତର ନରେଶ ଚନ୍ଦ୍ର ଜେନା ମତ ବ୍ୟକ୍ତ କରିଛନ୍ତି।

ତୃତୀୟ ଦିନରେ ଶନିବାର ଜିଲ୍ଲାରେ ଥିବା ୧୬ ଗୋଟି ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀ ଚିକିତ୍ସା ସେବା, କୃତ୍ରିମ ପ୍ରଜନନ, ରାଜ୍ୟ ଯୋଜନାରେ ହେଉଥିବା ଦାରିଦ୍ର୍ୟ ନିରାକରଣ ଯୋଜନା ଓ ପରାମର୍ଶ ସେବା ବାଧା ପ୍ରାପ୍ତ ହୋଇଛି ବୋଲି ଜିଲ୍ଲା ପ୍ରାଣୀ ଚିକିତ୍ସକ ସେବା ସଂଘର ଜିଲ୍ଲା ପ୍ରତିନିଧି ଡାକ୍ତର କୃଷ୍ଣlନନ୍ଦ ବେହେରା ଜଣାଇଛନ୍ତି। ରାଜ୍ୟର ସମସ୍ତ ପଞ୍ଜୀକୃତ ପ୍ରାଣୀ ଚିକିତ୍ସକଙ୍କ ସମୂହ ଛୁଟି ଯୋଗୁ ପୋଷା ଜୀବଜନ୍ତୁ ଓ ଗୃହପାଳିତ ପ୍ରାଣୀମାନଙ୍କ ଚିକିତ୍ସା ସେବାରେ ଘୋର ଅସୁବିଧା ସୃଷ୍ଟି ହେବ ବୋଲି ଓଡ଼ିଶା ପ୍ରାଣୀ ଚିକିତ୍ସା ପରିଷଦର ସଭାପତି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିସହ ପ୍ରାଣୀ ଚିକିତ୍ସକମାନଙ୍କର ବିନା ପରାମର୍ଶରେ ହେଉଥିବା ଅବୈଧ ପ୍ରାଣୀ ଚିକିତ୍ସା ସେବାକୁ ଜୀବେ ନିଷ୍ଠୁରତା ନିରାକରଣ ଆଇନର ଉଲଂଘନ ହେବ ବୋଲି ସତର୍କ କରିଛନ୍ତି। ସରକାର ଏ ଦିଗରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଗୋପାଳକ ଏବଂ ବୁଦ୍ଧିଜୀବୀ ମହଲରେ ଦାବି ହେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe