ଅପରାଧିଙ୍କର କୌଣସି ଜାତି କିମ୍ବା ଧର୍ମ ନାହିଁ: ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ: ମୁନ୍ନା ରଥ

ଅପରାଧିଙ୍କର କୌଣସି ଜାତି କିମ୍ବା ଧର୍ମ ନାହିଁ: ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ: ମୁନ୍ନା ରଥ

Sambad

ଜୟପୁର: ପୌର ନିର୍ବାଚନକୁ ଆଉ ୪ଦିନ ବାକି ରହିଥିବା ବେଳେ ଜୟପୁରରେ ଅପରାଧିଙ୍କ ଦ୍ବାରା ଗୁଳି ପୁଟାଇ ଅପହରଣ କରି ନେଇ ଗୁରୁତର ଅବସ୍ଥାରେ ଛାଡ଼ି ପଳାଇବା ଘଟଣା ରାଜନୈତିକ ଉଷ୍ମତାକୁ ଜୋର କରିଛି। ଅପରାଧିଙ୍କର କୌଣସି ଜାତି କିମ୍ବା ଧର୍ମ ନାହିଁ। ଅପରାଧ କିମ୍ବା ଅପରାଧିଙ୍କୁ ବିଜେଡି ପ୍ରଶୟ ଦେବ ନାହିଁ। ଗତ କାଲିର ଗୁଳିକାଣ୍ଡ ଓ ବିଜେଡି କର୍ମୀ କାର୍ତ୍ତିକ ନାଗଙ୍କୁ ଅପହରଣ କରି ଗୁରୁତର କରି ମାଡ଼ ମାରିବା ଘଟଣାକୁ ଦୃଢ଼ ଭାବେ ଆମେ ନିନ୍ଦା କରୁଛୁ ବୋଲି କହିଛନ୍ତି ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୂର୍ଯ୍ୟନାରାୟଣ (ମୁନ୍ନା) ରଥ। ବିଜେଡ଼ିର ସଂପୃକ୍ତିକୁ ନେଇ କହିବା ନିଶ୍ଚିତ ରୁପେ ହାସ୍ୟସ୍ପଦ। ଗୁରୁତର ଅବସ୍ଥାରେ କାର୍ତ୍ତିକ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ରହିଛି। କିଭଳି ସେ ଉତ୍ତମ ଚିକିତ୍ସା ପାଇବ ସେ ଦିଗରେ ଆମେ ତତ୍ପର। ଏଭଳି ସ୍ପର୍ଶକାତର ଘଟଣାକୁ ନେଇ ରାଜନିତୀ କରିବା ଠିକ୍ କଥା ନୁହେଁ। ପାରିବାରିକ, ସାଙ୍ଗସାଥୀରେ ଶତ୍ରୁତା କି ସାହି ମଧ୍ୟରେ ଅନ୍ୟ କିଛି ଘଟଣାକୁ ନେଇ ଏଭଳି ହୋଇଥାଇ ପାରେ।

publive-image Sambad

ତାହାକୁ ରାଜନିତୀ କରି ବିଜେଡିକୁ ସଂଶ୍ଲିଷ୍ଟ କରିବା କେତେ ଦୁର ଯୁକ୍ତିଯୁକ୍ତ। ଆଇନ ତା ବାଟରେ ଯିବ। ସଂପୁର୍ଣ୍ଣ ରୁପରେ ଏହାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ବିଜେଡ଼ି ପକ୍ଷରୁ ବି ଦାବି କରାଯାଉଛି ବୋଲି ଶ୍ରୀ ରଥ ଗଣମାଧ୍ୟମକୁ କହିବା ସହ ଏଏସପି ବିମଳକାନ୍ତ ବ୍ରହ୍ମା, ଏସଡିପିଓ ଅରୁପ ଅଭିଶେଖ ବେହେରା ଓ ଆଇଆଇସି ସଂଜୟ ମଣ୍ଡଳଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଗତ ପଞ୍ଚାୟତ ନିର୍ବାଚନ ସମୟରେ ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଜେନା ଜୟପୁର ଓ କୋଟପାଡ଼ ନିର୍ବାଚନମଣ୍ଡଳୀକୁ ଆସିବା ପରେ ହିଁ ଏଭଳି ମାରଣାତ୍ସର ବ୍ୟବହାର ବଢ଼ିଛି। ଏହାର ବି ପୁଲିସ ତଦନ୍ତ କରିବା ଆବଶ୍ୟକ। ସୂଚନାଯୋଗ୍ୟ, ଗତକାଲି ଗାନ୍ଧିନଗର ଅଞ୍ଚଳରେ କାର୍ତ୍ତିକ ନାଗ ନାମକ ଯୁବକଙ୍କୁ ଅଭିଯୁକ୍ତ ସଂଜୟ ସୁନା ଓପ୍ରିନ୍ସ, ଅନ୍ୟ ଜଣେ ଆସି ଗୁଳି କରିଥିଲେ। ତେବେ ତାଙ୍କ ଲକ୍ଷ୍ୟ ଭ୍ରଷ୍ଟ ହୋଇଥିଲା। ସେମାନେ ନେଇ ଆସିଥିବା ସ୍କ୍ରେପିଓରେ କାର୍ତ୍ତିକକୁ ଅପହରଣ କରି ନେଇ କୁମୁଲିପୁଟରେ ଗୋଡ ଓ ହାତରେ ବ୍ୟାପକ ଆଘତ କରିବା ସହ ରାସ୍ତା ଉପରେ ପକାଇ ଫେରାର ହୋଇଯାଇଥିଲେ। ଏହି ମାମଲାକୁ ନେଇ ଆଜି ସକାଳୁ କଂଗ୍ରେସ ପକ୍ଷରୁ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସାଢ଼େ ୨ଘଣ୍ଟା ଧାରଣା ଦିଆଯିବା ସହ ଏଥିରେ ବିଜେଡି ଦଳର କର୍ମୀ ଓ ନେତା ମାନେ ସଂପୃକ୍ତି ରହିଥିବା ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe