କି‌ଶନନଗର କଲେଜ ପରିସରରେ ଗଣ୍ତଗୋଳ; ଅଣଛାତ୍ରଙ୍କ ମାଡ଼ରେ ଛାତ୍ର ଆହାତ

Advertisment
କି‌ଶନନଗର କଲେଜ ପରିସରରେ ଗଣ୍ତଗୋଳ; ଅଣଛାତ୍ରଙ୍କ ମାଡ଼ରେ ଛାତ୍ର ଆହାତ

Sambad

କି‌ଶନନଗର: ଆଜି ପୂର୍ବାହ୍ନ ପ୍ରାୟ ୯ ଟା ସମୟରେ ୨୦ରୁ ଅଧିକ ଅଣଛାତ୍ର ହାତରେ କ୍ରିକେଟ ବ୍ୟାଟ, ଓ୍ବିକେଟ୍‌, ବାଉଁଶ ବାଡ଼ି ଆଦି ଧରି କଟକ ଜିଲ୍ଲାର କିଶନନଗର କଲେଜ ପରିସରରେ ପ୍ରବେଶକରି ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ଯୁକ୍ତ ପ୍ରଥମ ବର୍ଷର ଛାତ୍ର ସୋହେଲ ଖାନ୍ ଓ ଫରିଦ୍ ଖାନ୍ ଆହତ ହୋଇଛନ୍ତି। ଆହତ ଦୁଇ ଛାତ୍ରଙ୍କୁ କିଶନନଗର ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଛି।

publive-image Sambad

ଖବର ପାଇ କିଶନନଗର ଥାନା ଅଧିକାରୀ ବାମଦେବ ସ୍ବାଇଁଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲେ। ଏକ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଦିନ ହେବ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିବା ସୂଚନା ମିଳିଛି। ତେବେ ଆଜି ସକାଳେ ଏହା ବିସ୍ଫୋରକ ରୂପ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe