ଶିକ୍ଷକଙ୍କ କଥା ମାନି ଉଠ୍‌ବସ୍‌ ହେବା ବେ‌ଳେ ଚାଲିଗଲା ଛାତ୍ରଙ୍କ ଜୀବନ

ଶିକ୍ଷକଙ୍କ କଥା ମାନି ଉଠ୍‌ବସ୍‌ ହେବା ବେ‌ଳେ ଚାଲିଗଲା ଛାତ୍ରଙ୍କ ଜୀବନ

public.app

କୁଆଖିଆ: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧୀନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସ୍କୁଲରେ ଶିକ୍ଷକଙ୍କ ଦ୍ଵାରା ବସ୍ଉଠ ହୋଇ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି।

ରିପୋର୍ଟରୁ ପ୍ରକାଶ ଯେ କୁଆଖିଆ ଥାନା ଓରାଳି ଗ୍ରାମର ନିତ୍ୟାନନ୍ଦ ସେଠିଙ୍କ ପୁଅ ରୁଦ୍ର ନାରାୟଣ ନିଜ ଗାଁ ସ୍କୁଲ ସୂର୍ଯ୍ୟ ନାରାୟଣ ନୋଡାଲ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣରେ ପାଠ ପଢୁଥିଲେ। ତେବେ ଗତକାଲି ଦିନ ତିନିଟା ସମୟରେ ଛାତ୍ର ଜଣକ ନିଜର ଦୁଇ ତିନି ଜଣ ସାଙ୍ଗଙ୍କ ସହ ବିଦ୍ୟାଳୟ କୋଠାର ଛାତ ଉପରକୁ ବୁଲି ଯାଇଥିଲେ। ଏହା ଦେଖି ଶିକ୍ଷକ ପିଲାମାନଙ୍କୁ ବସ୍ଉଠ କରାଇଥିଲେ।

ମାତ୍ର ରୁଦ୍ର ନାରାୟଣ ସେହିଠାରେ ଚେତାଶୂନ୍ୟ ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ମଧୁବନ ପରେ ଧର୍ମଶାଳା ଓ ଶେଷରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ମୃତଦେହ ବ୍ୟବଛେଦ ପାଇଁ ମେଡ଼ିକାଲରେ ରଖାଯାଇଛି। ତେବେ ଏ ନେଇ କୁଆଖିଆ ଥାନାରେ ଏତଲା ଦିଆଯାଇ ନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe