କଲେଜ ଛାତ୍ରୀଙ୍କୁ ନିର୍ମମ ହତ୍ୟା, ବୁଦାମୂଳରୁ ମିଳିଲା ମୃତଦେହ

Advertisment
କଲେଜ ଛାତ୍ରୀଙ୍କୁ ନିର୍ମମ ହତ୍ୟା, ବୁଦାମୂଳରୁ ମିଳିଲା ମୃତଦେହ

ଢେଙ୍କାନାଳ: କଲେଜ ଛାତ୍ରୀଙ୍କୁ ନିର୍ମମ ହତ୍ୟା। ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ମଙ୍ଗଳପୁର ମଜୁରୀଛକ ନିକଟସ୍ଥ ବୁଦା ଭିତରୁ ଆଜି ଜଣେ ଛାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ହେଉଛନ୍ତି ମଙ୍ଗଳପୁର ମଜୁରୀ ଛକ ଅଞ୍ଚଳର ଜସ୍ମିନ ସାହୁ। ଜସ୍ମିନ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରୀ ଥିଲେ । ଜସ୍ମିନ ଗତକାଲି ଦିନ ୨ଟା ସମୟରେ ସହରର କୁଞ୍ଜକାନ୍ତ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରକୁ ଯାଇଥିଲେ।

ସେଠାରୁ ଫେରିବା ସମୟରେ ଅଧା ବାଟରୁ କୁଆଡେ ନିଖୋଜ ହୋଇ ଯାଇଥିଲେ। ଯାହାର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ଆଜି ଦିନ ୧ଟା ସମୟରେ ଜସ୍ମିନଙ୍କ ଘର ପାଖ ଏକ ବୁଦାମୂଳରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଖବରପାଇ ଘଟଣାସ୍ଥଳରେ ସଦର ଏସଡିପିଓ ଓ ଅନ୍ୟ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe