ବଜ୍ରାଘାତରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ

Advertisment
ବନ୍ତଳା: ଲାଛବନ୍ଧ ଗାଁରେ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ

symbolic photo

ବୈପାରିଗୁଡା: ଏକ ଅଭାବନୀୟ ଘଟଣା କ୍ରମରେ ବଜ୍ରପାତ ଘଟି ଜୈନକା ସ୍କୁଲ ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସ୍ମୃତି ରେଖା ଗୋଲରୀ (୧୪) ଦିଲ୍ଲୀ ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ। ତାଙ୍କ ବାପା ତ୍ରିନାଥ ହନ୍ତାଳ ଦିଲ୍ଲୀର କୈାଣସି ଏକ ଘରୋଇ କମ୍ପାନିରେ ଚାକିରୀ କରୁଥିଲେ। ତେଣୁ ସେମାନେ ସପରିବାର ଦିଲ୍ଲୀରେ ରହୁଥିଲେ ଏବଂ ସ୍ମୁତିରେଖା ଦିଲ୍ଲୀ ପବ୍ଲିକ ସ୍କୁଲରେ ପାଠ ପଢୁଥିଲେ। ତେବେ କୋରନା କାଳରେ ତ୍ରିନାଥ ହନ୍ତାଳ ନିଜ ପରିବାରକୁ ନେଇ ନିଜ ଗାଁ କରୋପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର କଦଳୀପଦରରେ ରହୁଥିଲେ। କୋରନା କଟକଣା ଉଠିଯିବା ପରେ ତ୍ରିନାଥ ଦିଲ୍ଲୀ ନଯାଇ ନିଜ ଗାଁ କଦଳୀପଦରରେ ଚାଷବାସ କରି ରହିଯାଇଥିଲେ। ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ମଧ୍ୟ ହୋଇଥିଲା।

ଏହି ସମୟରେ ସ୍ମୃତି ରେଖା ଘର ବାହାରକୁ ଶୈଚ ପାଇଁ ବାହାରିଥିଲେ। ଅଚାନକ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ବର୍ଷା କମିବା ପରେ ଗାଁର କିଛି ପିଲା ପାଖ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଉଥିବା ସମୟରେ ସ୍ମୃତିକୁ ଦେଖି ତାଙ୍କ ପରିବାରକୁ ଜଣାଇଥିଲେ। ପରିବାର ଲୋକେ ତୁରନ୍ତ ସ୍ମୃତିକୁ ନେଇ ଡ଼ାକ୍ତରଖାନାରେ ପହଞ୍ଚିଥିଲେ। ତେବେ ଡାକ୍ତର ସ୍ମୃତି ରେଖାର ମୃତ୍ୟୁ ହୋଇଯାଇଥିବା ପ୍ରକାଶ କରିଥିଲେ। ପୁଲିସ ଏଏସ୍ଆଇ ବଳରାମ ହିକକା ଡାକ୍ତରଖାନାରେ ପହଞ୍ଚି ଶବଟିକୁ ଜବତ କରିବା ସହ ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe