ସେବାଶ୍ରମ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ମାଲକାନଗିରି: ମାଲକାଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ଗତକାଲି ଜଣେ ନବମ ଶ୍ରେଣୀର ଛାତ୍ର ଅସୁସ୍ଥ ହୋଇଥିଲେ। ତେବେ ଏହି ଘଟଣା ହଷ୍ଟେଲ ବା ସ୍କୁଲରେ ଥିବା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଛାତ୍ରଙ୍କ ଅସୁସ୍ଥ ହେବା ଘଟଣାକୁ ହଷ୍ଟେଲ କର୍ତ୍ତୃପକ୍ଷ ଗୁରୁତର ସହ ନେଇ ନଥିଲେ। ସେହି ଛାତ୍ରକୁ କିଛି ଔଷଧ ଦେଇ ଚୁପ ବସିଗଲେ ହଷ୍ଟେଲ କର୍ତ୍ତୃପକ୍ଷ। ତେବେ ଆଜି ଦେହ ଅଧିକ ଖରାପ ହେବାରୁ ତାକୁ ପ୍ରଥମେ ପାଣ୍ଡ୍ରିପାଣି ଓ ପରେ ମାଲକାନଗିରି ଚିକିତ୍ସାଳୟକୁ ଅଣାଯାଇଥିଲା।

କିନ୍ତୁ ଚିକିତ୍ସା ସମୟରେ ଛାତ୍ରର ମୃତ୍ୟୁ ଘଟିଥିଲା। ସୂଚନା ମୁତାବକ ମୃତ ନବମ ଶ୍ରେଣୀ ଛାତ୍ର ଜଣକ ସାନିଆ ଦୋରା, ଘର ପୋଡଭାଟା ଗ୍ରାମ ବୋଲି ଜଣାପଡିଛି। ସାନିଆଙ୍କ ବାପା ମାଆ ମୃତ୍ୟୁ ପରେ ତାଙ୍କୁ ଉଚ୍ଚଶିକ୍ଷା ପାଇ ହଷ୍ଟେଲରେ ଭର୍ତ୍ତି କରାଯାଇଥାଲା। ତେବେ ବର୍ତମାନ ସାନିଆ ମୃତ୍ୟୁକୁ ନେଇ ଗ୍ରାମବାସୀ ମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe