ଟ୍ରକ୍ ଧକ୍କାରେ ଛାତ୍ରୀ ମୃତ, ଟ୍ରକ ଚାଳକ ଗିରଫ

ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପକଣ୍ଠ ପିତାପଲ୍ଲୀ ନିକଟରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଚାଳକକୁ ଗିରଫ କରିଛି। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଖୋର୍ଦ୍ଧା ଉପକଣ୍ଠ ଗ୍ରାମଢିହ ଗାଁର ବୈଶାଖୀ ଜେନା (୨୦) ମୁକୁନ୍ଦପ୍ରସାଦରେ ଥିବା ଏକ କମ୍ପ୍ୟୁଟର କେନ୍ଦ୍ରରୁ ଘରକୁ ନିଜ ସାଇକଲ ଯୋଗେ ଫେରୁଥିଲେ। ଏହି ସମୟରେ ପିତାପଲ୍ଲୀ-କୁମାରବସ୍ତ ଛକ ନିକଟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ ଧକ୍କା ଦେଇଥିଲା।

ବୈଶାଖୀ ତଳେ ପଡ଼ିଯାଇଥଲେ ଓ ତାଙ୍କ ଅଂଟା ଓ ଗୋଡ଼ ଉପରେ ଦେଇ ଟ୍ରକ୍ଟି ଚଢ଼ିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟ ସ୍ଥାନାନ୍ତର କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଖୋର୍ଦ୍ଧା ଶିଳ୍ପାଂଚଳ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ (ଓଆର୍ ୦୯ ଏଫ୍ ୩୧୬୧)କୁ ଜବତ କରିବା ସହ ଟ୍ରକ୍ ଚାଳକ ଭୁବନେଶ୍ୱରର ଜାମୁଝାଳିର ରଘୁନାଥ ସାହୁ (୩୦)ଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe