ପ୍ରାର୍ଥନା ବେଳେ ଅଚେତ ହୋଇଗଲେ ଛାତ୍ରୀ

Advertisment
ପ୍ରାର୍ଥନା ବେଳେ ଅଚେତ ହୋଇଗଲେ ଛାତ୍ରୀ

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ପ୍ରବଳ ଗରମ ଅନୂଭୂତ ହେଉଛି। ତଥାପି ସରକାରୀ ନିର୍ଦ୍ଦେଶ ଅନୁସାରେ ବୁଧବାର ଦେବଗଡ ଜିଲ୍ଲାର ସମସ୍ତ ସ୍କୁଲ ଖୋଲିଥିଲା। ବାରକୋଟ ବ୍ଲକ ଅନ୍ତର୍ଗତ କୁଣ୍ତାପିଠା ଗ୍ରାମରେ ଥିବା ହାଇସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀ ସାଗରିକ ସୁହୁଳା ପ୍ରାର୍ଥନା ଆରମ୍ଭ ହେବାର କିଛି ସମୟ ପରେ ଅତ୍ୟଧିକ ଗରମ ହେତୁ ସାଗରିକା ଅଚେତ ହୋଇ ତଳେ ପଡ଼ି ଯାଇଥିଲେ।

ତାଙ୍କୁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଅତ୍ୟଧିକ ଗରମ ସାଙ୍ଗକୁ ଟିଣ ଆଜବେଷ୍ଟ ଯୋଗୁ ଗରମ ପ୍ରଭାବରେ ସେ ଚେତାଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe