ମାଲକାନଗିରି ଜିଲ୍ଲାର ୧୨୧ଟି ସ୍କୁଲର ୭୭୭୨ ଜଣ ଛାତ୍ରଛାତ୍ରୀ ଦେବେ ମ୍ୟାଟ୍ରିକ ପରୀକ୍ଷା

Advertisment
ମାଲକାନଗିରି ଜିଲ୍ଲାର ୧୨୧ଟି ସ୍କୁଲର ୭୭୭୨ ଜଣ ଛାତ୍ରଛାତ୍ରୀ ଦେବେ ମ୍ୟାଟ୍ରିକ ପରୀକ୍ଷା

Sambad

ମାଲକାନଗିରି: ଆସନ୍ତା ୨୯ ତାରିଖରୁ ମେ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ସମାପ୍ତ ହୋଇଯାଇଛି। ମାଲକାନଗିରି ଜିଲ୍ଲାରେ ୧୨୧ଟି ବିଦ୍ୟାଳୟର ପ୍ରାୟ ୭୭୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡିଛି। ଜିଲ୍ଲାରେ ୪୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଆଖପାଖ ସ୍କୁଲର ଛାତ୍ରଛାତ୍ରୀ ଏହି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡିଛି।ଜିଲ୍ଲାର ୯ଟି ପୁଲିସ ଥାନାକୁ ନୋଡାଲ ସେଣ୍ଟର କରାଯାଇଛି। ଜିଲ୍ଲାର ସମସ୍ତ ତହସିଲଦାର ଏବଂ ବିଡିଓଙ୍କୁ ମାଜିଷ୍ଟ୍ରେଟ ଦାୟୀତ୍ବ ପ୍ରଦାନ କରାଯାଇଛି। ଏଥିସହ ଡିଇଓ ବିଇଓମାନଙ୍କୁ ମଧ୍ୟ ନେଇ ସ୍କ୍ବାଡ ଗଠନ କରାଯାଇ ପରୀକ୍ଷା କେନ୍ଦ୍ରର ତଦାରଖ କରିବା ପାଇଁ ନିର୍ଦେଶ ଦିଆଯାଇଛି।

ମ୍ୟାଟ୍ରିକ ପରୀକ୍ଷା ଯେପରି ସ୍ବଚ୍ଛ ଏବଂ ନିର୍ମଳ ହେବ ସନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜିଲ୍ଲା ସ୍କ୍ବାଡ ସହ ବୋର୍ଡ ସ୍କ୍ବାଡ ମଧ୍ୟ ଜିଲ୍ଲାର ବିଭିନ୍ନ କେନ୍ଦ୍ର ବୁଲିବେ ବୋଲି ଜଣାପଡିଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ ତରଫରୁ ମଧ୍ୟ ଦଶମ ପରୀକ୍ଷା ହେବ ବୋଲି ଜଣାପଡିଛି। ସେହିପରି ଜିଲ୍ଲାର ୨୧ଟି ସରକାରୀ ଏବଂ ବେସରକାରୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା ହେବାକୁ ଥିବା ବେଳେ ୩ଟି ନୋଡାଲ ସେଣ୍ଟର କରାଯାଇଛି। ତେବେ କଳାରେ ଜିଲ୍ଲାର ୨୪୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ୧୮୪ ଜଣ ବାଣିଜ୍ୟ ଏବଂ ବିଜ୍ଞାନରେ ୩୨୦୦ ଜଣ ପରୀକ୍ଷା ଦେବେ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe