ବଡରାଇସିଂ ଆଶ୍ରମ ବିଦ୍ୟାଳୟର ପିଲା ଚାଲି ଚାଲି ଆସିବା ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ

Advertisment

ପ୍ରଧାନଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ ସ୍କୁଲ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା

ପ୍ରଧାନଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ ସ୍କୁଲ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା

ବଡରାଇସିଂ ଆଶ୍ରମ ବିଦ୍ୟାଳୟର ପିଲା ଚାଲି ଚାଲି ଆସିବା ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ

ରାୟଗଡା: ରାୟଗଡା ବ୍ଲକର ଜେମାଦେଇପେଣ୍ଠ ପଞ୍ଚାୟତର ବଡରାଇସିଂ ସେବାଶ୍ରମ ବିଦ୍ୟାଳୟର ଛାତ୍ରମାନେ ଗତ ଦୁଇ ଦିନ ତଳେ ଚାଲି ଚାଲି ପ୍ରାୟ ୨୦ କିଲୋମିଟର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ ମଧ୍ୟ ଦ୍ବିତୀୟ ଶନିବାର ଥିବାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ବନ୍ଦ ରହିଥିଲା। ପରେ ଏହି ପିଲାମାନେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତେବେ ବିଭାଗୀୟ ତଦନ୍ତ ପରେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହା ଜାଣିବା ପରେ ପିଲାମାନେ ଆଜି ସ୍କୁଲ ସାମ୍ନାରେ ଧାରଣାରେ ବସିଥିଲେ। ଆମର ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ସ୍କୁଲକୁ ଫେରାଇ ଆଣନ୍ତୁ ବୋଲି ଜିଦ ଧରିଥିଲେ। ଯେଉଁ ୧୫ ଜଣ ଛାତ୍ର ପ୍ରଧାନଶିକ୍ଷକଙ୍କ ବିରୋଧରେ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣକୁ ଛାଡିଦେଲେ ସମସ୍ତ ପିଲା ଧାରଣାରେ ସାମିଲ ଥିଲେ। ଏମାନଙ୍କର କହିବା ହେଲା ଅଷ୍ଟମ ଶ୍ରେଣୀର ଜନୈକ ଛାତ୍ର ସେମାନଙ୍କୁ ପ୍ରଧାନଶିକ୍ଷକଙ୍କ ବିରୋଧରେ ମତାଇ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯିବାକୁ ଉସୁକାଇଥିଲା। ତେବେ ସେହି ପିଲାକୁ ଆଜି ସ୍କୁଲରେ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି।

ତେବେ ନାଟକୀୟ ଢଙ୍ଗରେ ବିଦ୍ୟାଳୟରେ ଚାଲିଥିବା ଏସବୁ ଘଟଣା ପଛରେ କାହାର ହାତ ରହିଛି ଏବେ ତାହା ତଦନ୍ତ ସାପେକ୍ଷ। ମିଳିଥିବା ସୂଚନା ଅନୁଯାୟୀ ସେହି ବିଦ୍ୟାଳୟର ହିଁ କିଛି ଖଳ ପ୍ରକୃତିର ଶିକ୍ଷକ ବା ଶିକ୍ଷୟତ୍ରୀ ପିଲାଙ୍କୁ ଏଭଳି କରିବାକୁ ମତାଇଥିଲେ। ପିଲାମାନେ ଦିନ ଦ୍ବିପହର ପର୍ଯ୍ୟନ୍ତ ସ୍କୁଲ ବାହାରେ ଧାରଣାରେ ବସିଥିଲେ। ବିଭାଗୀୟ ଅଧିକାରୀମାନେ ସ୍କୁଲକୁ ଯାଇ ବୁଝାସୁଝା କଲେ ମଧ୍ୟ କେହି ଶୁଣିନଥିଲେ। କିନ୍ତୁ ପ୍ରଧାନଶିକ୍ଷକ ଫୋନ ଯୋଗେ ପିଲାଙ୍କୁ ଖାଇବାକୁ ଅନୁରୋଧ କରିବା ସହ ସେ କିଛି ଦିନ ଭିତରେ ଫେରିଆସିବେ ବୋଲି ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଖାଇବାକୁ ଯାଇଥିଲେ।ତେବେ ବାରମ୍ବାର ଜିଲ୍ଲାରେ ରହିଥିବା ହଷ୍ଟେଲଗୁଡିକରେ କାହିଁକି ଏଭଳି ଅବସ୍ଥା ହେଉଛି ତାହା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି କି ବୋଲି ଆଲୋଚନା ହେଉଛି। ନା ସବୁ ଜାଣି ଏହାକୁ ଅଜଣା ରହୁଛନ୍ତି। କେବଳ ହଷ୍ଟେଲର ଦାୟିତ୍ୱ ନେଇ ଟଂକା ହଡପ କରିବା ଯୋଜନାରେ ଶିକ୍ଷକମାନଙ୍କ ମଧ୍ୟରେ ଝଗଡା ପିଲାଙ୍କୁ ବଳି ପକାଯାଉଛି। ଏଭଳି ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe