ଓଭର ବ୍ରିଜ ବାଇପାସ ରାସ୍ତା ଓ ସ୍କୁଲ ପରିସରକୁ ପାଣି ପଶୁଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ସ୍କୁଲ ଛାତ୍ର

Advertisment
ଓଭର ବ୍ରିଜ ବାଇପାସ ରାସ୍ତା ଓ ସ୍କୁଲ ପରିସରକୁ ପାଣି ପଶୁଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ସ୍କୁଲ ଛାତ୍ର

Sambad

ବରପାଲି: ବରପାଲି ହାଇସ୍କୁଲ ଓ ଖେଳପଡ଼ିଆ ସାମ୍ନାରେ ନିର୍ମାଣଧୀନ ରହିଥିବା ରେଲୱେ ଓଭର ବ୍ରିଜ ଓ ବାଇପାସ ରାସ୍ତା ୨୦୧୮ ମସିହା ଏପ୍ରିଲ ୯ତାରିଖ ଠାରୁ ଆରମ୍ଭ ହୋଇଥିଲା। ବିଡ଼ମ୍ବନାର ବିଷୟ ଏହିକିଜେ ଦୀର୍ଘ ଚାରିବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଯାହାଫଳରେ ବିଭିନ୍ନ ରାଜନୈତିକ ଦଳ ବହୁବାର ଏହାର ତୁରନ୍ତ ନିର୍ମାଣ ପାଇଁ ଆନୋଲନ ପୂର୍ବରୁ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ହେଲେ ନିକଟର ଥିବା ବ୍ରିଜର ଉଭୟ ପଟରେ ହାଇସ୍କୁଲ ଓ ଅନ୍ୟପଟରେ ଖେଳପଡ଼ିଆ ରହିଛି। ବର୍ଷା ଦିନରେ ଉକ୍ତ ରାସ୍ତା ଉପରେ ବଡ଼ ବଡ଼ ଧରଣର ହେବି ଯାନବାହନ ଚଳାଚଳ ହେଉଥିବା ଯୋଗୁ ରାସ୍ତାରେ ବଡ ବଡ ଖାଲ ଖମା ସୃଷ୍ଟି ହୋଇ ପାଣୀ ସହ କାଦୁଅ ହେଉଛି। ରାସ୍ତାରେ ଯିବା ଆସିବା ପାଇଁ ନାହିଁଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଏବଂ ଅନେକ ସମୟରେ ବଡ଼ରୁ ଛୋଟ ଦୁର୍ଘଟଣା ଦୈନନ୍ଦିନ ହେଉଥିବା ଦେଖାଯାଇଛି। ଏଥିସହ ଉକ୍ତ ରାସ୍ତାରେ ନାଳ ବ୍ୟବସ୍ଥା ନଥିବାରୁ ହାଇସ୍କୁଲ ପରିସରକୁ ଆଣ୍ଠୁଏ ପାଣି ପଶିଯିବା ଏବଂ କାଦୁଅ ହେବାକାରଣରୁ ସ୍କୁଲ ଛାତ୍ର ମାନେ କାଦୁଅ ରେ ସ୍ଲିପ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି।

ଏନେଇ ପଢ଼ାପଢ଼ି ରେ ବାଧା ଉପୁଜିଛି। ଆଜି ଗତକାଲି ଏନେଇ ଅଭିଭାବକ ମହଲରେ ଏକ ପତିକ୍ରିୟା ଦେଖାଯାଇଥିଲା। ଏନେଇ ଆଜି ଆଇସ୍କୁଲ ଛାତ୍ର ମାନେ ପାଠପଢ଼ା ଛାଡି ସ୍କୁଲରେ ଗେଟରେ ତାଲା ପକାଇ ସକାଳ ୧୦ ଟାରୁ ୧ଟା ପର୍ଯ୍ୟନ୍ତ ବାଇପାସ ରାସ୍ତାରେ ଜିଲ୍ଲା ପ୍ରଶାନ ଓ ରାଜ୍ୟ ସରକାରଙ୍କୁ ଦୋଷୀ ମନାଇ ଜିଲ୍ଲା ପ୍ରଶାସନ ହାଏ ହାଏ, ରାଜ୍ୟ ସରକାର ହାଏ ହାଏ, ଆମର ଦାବି ତୁରନ୍ତ ପୂରଣ କର ସ୍ଲୋଗାନ ଦେଇ ରାସ୍ତାରୋକ କରିଥିବା ଦେଖାଯାଇଥିଲା। ଆନ୍ଦୋଳନ ହେବା ଦ୍ବାରା ବାରିଯାନ, ଯାତ୍ରୀ ବସ ଗୁଡିକ ଧାଡି ହୋଇ ଗାନ୍ଧିଛକ ପର୍ଯ୍ୟନ୍ତ ରହିଥିଲା। ଏହି ଆନ୍ଦୋଳନରେ ହାଇସ୍କୁଲ ଚ୍ୟାରମେନ ସହ ଏସଏମସି କମିଟି ସଭ୍ୟ ସଭ୍ୟା ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe