ସମ୍ବଲପୁରରେ ଟାଫିକ୍‌ ନିିୟନ୍ତ୍ରଣରେ ସାମିଲ ହେଲେ ୧୦୦ ଛାତ୍ରଛାତ୍ରୀ

Advertisment

ଆରମ୍ଭ ହେଲା ଷ୍ଟୁଡେଣ୍ଟ ଟ୍ରାଫିକ୍‌ ସ୍ୱେଛାସେବୀ କାର୍ଯ୍ୟକ୍ରମ

ଆରମ୍ଭ ହେଲା ଷ୍ଟୁଡେଣ୍ଟ ଟ୍ରାଫିକ୍‌ ସ୍ୱେଛାସେବୀ କାର୍ଯ୍ୟକ୍ରମ

ସମ୍ବଲପୁରରେ ଟାଫିକ୍‌ ନିିୟନ୍ତ୍ରଣରେ ସାମିଲ ହେଲେ ୧୦୦ ଛାତ୍ରଛାତ୍ରୀ

ସମ୍ବଲପୁର:ଆଜି ଠାରୁ ସମ୍ବଲପୁରରେ ଆରମ୍ଭ ହୋଇଛି ଷ୍ଟୁଟେଣ୍ଟ ଟ୍ରାଫିକ୍‌ ସ୍ୱେଛାସେବୀ କାର୍ଯ୍ୟକ୍ରମ। ଏଥିପାଇଁ ସମ୍ବଲପୁର, ବୁର୍ଲା ଓ ହୀରାକୁଦ୍‌ର ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ଛାତ୍ରଛାତ୍ରୀମାନେ ଦୈନିକ ସେମାନଙ୍କ ସୁବିଧା ଅନୁଯାୟୀ, ସହରର ଟ୍ରାଫିକ୍‌ ନିୟନ୍ତ୍ରଣରେ ସହଯୋଗ କରିବେ। ଏହି ସ୍ୱେଛାସେବୀମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଦୈନିକ ମାତ୍ର ୧ ଶହ ଟଙ୍କା ପାରିତୋଷିକ ଦିଆଯିବାର ବ୍ୟବସ୍ଥା କରାଯାଇଛିି ବୋଲି ସମ୍ବଳପୁର ଏସପି ସଞ୍ଜୀବ ଆରୋରା କହିଛନ୍ତି।
ଆଜି ସମ୍ବଲପୁରଠାରେ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ସ୍ୱେଛାସେବୀ ବ୍ୟବସ୍ଥାର ପ୍ରଚଳନ ଆରେମ୍ଭ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ଆରଡିସି ଡି ଭି ସ୍ୱାମୀ, ପୁଲିସ ଆଇ ଜି ସୁଶାନ୍ତ ନାଥ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ସୁରିଆ ଥାଙ୍କପାନ, ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ମାଝି ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଏସପି ଅମରେନ୍ଦ୍ର ରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏସପି ସଞ୍ଜୀବ ଆରୋରା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତତ ବିବରଣୀ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe