ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଛାତ୍ର ପରିଷଦ ଗଠନ ଦାବି

Advertisment

କୁଳପତିଙ୍କୁ ଛାତ୍ରଛାତ୍ରୀଙ୍କ ୯ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ

କୁଳପତିଙ୍କୁ ଛାତ୍ରଛାତ୍ରୀଙ୍କ ୯ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଛାତ୍ର ପରିଷଦ ଗଠନ ଦାବି

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଗଠନ ହେଉ ଛାତ୍ର ପରିଷଦ। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତରଫରୁ ୯ ଦଫା ସମ୍ବଳିତ ଦାବିପତ୍ର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷଙ୍କ ଜରିଆରେ କୁଳପତି ପ୍ରଫେସର କିଶୋର କୁମାର ବସାଙ୍କୁ ପ୍ରଦାନ କରାଯାଇଛି। ଏହି ଦାବିପତ୍ରର ନକଲ ଓଡ଼ିଶାର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଉଚ୍ଚ ଶିକ୍ଷା ସଚିବ, ମୟୂରଭଞ୍ଜ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ମଧ୍ୟ ପଠାଯାଇଛି ।

ଏହି ଦାବିପତ୍ରରେ ସିଜିପିଏ ମାର୍କକୁ ଶତକଡ଼ାରେ ପରିଣତ କରିବା ବେଳେ ୟୁଜିସି ପକ୍ଷରୁ ଧାର୍ଯ୍ୟ ଥିବା ନିୟମକୁ ପାଳନ କରିବା, ବିଶ୍ଵବିଦ୍ୟାଳୟରେ ଛାତ୍ର ପରିଷଦ ଗଠନ କରିବା, ଚଳିତବର୍ଷ ବାର୍ଷିକୋତ୍ସବ ପାଳନ କରିବା, ଏକ ସାହିତ୍ୟ କ୍ଳବ୍ ଗଠନ କରିବା, ପୃଥକ୍ ପୃଥକ୍ ଭାବେ ଶୌଚାଳୟ ବ୍ୟବସ୍ଥା ଥାଇ ଦୁଇଟି କମନ୍ ରୁମ୍ ଉଭୟ ଛାତ୍ରୀ ଓ ଛାତ୍ରମାନଙ୍କ ପାଇଁ ବ୍ୟବସ୍ଥା କରିବା, ସବୁ ବିଭାଗରେ ଅତି କମ୍ ରେ ଗୋଟିଏ ଶ୍ରେଣୀ ଗୃହକୁ ସ୍ମାର୍ଟ୍ କ୍ଲାସ୍ ରୁମ୍ ରେ ପରିଣତ କରିବା ସହ ସମ୍ମିଳିତ ବି.ଇଡି, ଏମ୍.ଇଡି. ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ବତନ୍ତ୍ର କୋଠାଘର ନିର୍ମାଣ କରିବା, ସମ୍ପୂର୍ଣ୍ଣ କ୍ୟାମ୍ପସ୍ ରେ ୱାଇ-ଫାଇ ବ୍ୟବସ୍ଥା କରିବା, ଖାଲି ପଡ଼ିଥିବା ପ୍ରାଧ୍ୟାପକ ପ୍ରଧ୍ୟାପିକା ପଦବୀକୁ ପୂରଣ ସାଙ୍ଗକୁ ବିଶ୍ଵବିଦ୍ୟାଳୟ ୱେବସାଇଟକୁ ସବୁ ସମୟରେ ଅପଡେଟ୍ କରିବା ଭଳି ଦାବି ଉଲ୍ଲେଖ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଆଗାମୀ ୧୫ ଦିନ ମଧ୍ୟରେ ଏସବୁ ଦାବି ପୂରଣ ନହେଲେ ଛାତ୍ରଛାତ୍ରୀ ଆନ୍ଦୋଳନାତ୍ମକ ପନ୍ଥା ହାତକୁ ନେବାକୁ ସୂଚନା ଦେଇଛନ୍ତି । ବିଶ୍ଵବିଦ୍ୟାଳୟର ଛାତ୍ରନେତା ଅଭିଷେକ ପଣ୍ଡା ଓ ଶୁଭଜିତ୍ ପାଣିଙ୍କ ନେତୃତ୍ବରେ କେଶବ ରାଉତ, ପାୟେଲ ପ୍ରଧାନ, ଚିରସ୍ମିତା ଭୋଳ, ରବୀନ୍ଦ୍ର ସାହୁ, ଇପ୍ସିତା ଦାସ, ଅଙ୍କିତା ପଣ୍ଡା, ନିଗମପ୍ରିୟା ଦାଶଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ କୁଳପତିଙ୍କୁ ଭେଟି ଏହି ଦାବି ଉପସ୍ଥାପନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe