ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ରାସ୍ତାରୋକ କଲେ ଛାତ୍ରଛାତ୍ରୀ

Advertisment
ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ରାସ୍ତାରୋକ କଲେ ଛାତ୍ରଛାତ୍ରୀ

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନନ୍ଦୀପୁର ପଞ୍ଚାୟତ ନନ୍ଦିପୁର ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଅଜୟ କୁମାର ବେହେରାଙ୍କୁ ବଦଳି ଦାବିରେ ରାସ୍ତାରୋକ କଲେ ଛାତ୍ରଛାତ୍ରୀ। ପ୍ରଧାନଶିକ୍ଷକ ରାଜନୈତିକ ଆକ୍ରେଶାର ଶିକାର ହୋଇଥିବା ଚର୍ଚ୍ଚା ହେଉଛି। ତାଙ୍କ ସୂଚନା ଅନୁଯାଇ ଦଶରଥପୁର ବ୍ଲକର ଭୁବର୍ତନ ଉପାଧ୍ୟକ୍ଷ ବିଷ୍ଣୁଚରଣ ମହାପାତ୍ରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରଧାନ ଶିକ୍ଷକ। ବିଷ୍ଣୁ ମହାପାତ୍ର ଦୀର୍ଘଦିନ ହେବ ବିଦ୍ୟାଳୟର ଅର୍ଥରୁ ଦୁଇ ଲକ୍ଷ ଟଙ୍କା ମାଗୁଥିବା ବେଳେ ପ୍ରଧାନଶିକ୍ଷକ ରାଜି ନହେବାରୁ ତାଙ୍କୁ ସୁକିନ୍ଦା ବଦଳି କରାଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରଧାନ ଶିକ୍ଷକ। ଏନେଇ ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ସିଧାସଳଖ ବିଷ୍ଣୁମହାପାତ୍ରଙ୍କୁ ଟାର୍ଗେଟ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ପ୍ରଧାନଶିକ୍ଷକ ପୁନଅବସ୍ଥାପିତ ହେଉଛନ୍ତି ନା ରାଜନୈତିକ ଆକ୍ରୋଶର ଶିକାର ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe