ଧର୍ମଶାଳା: ଧର୍ମଶାଳା ଥାନା ରଥିଆ ଗାଁ ନିକଟ ଏକ କ୍ରସର ପାଖ ନାଳରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ଅଭୟପୁର ଗ୍ରାମର ନରହରି ବେହେରାଙ୍କ ଏକମାତ୍ର ପୁଅ ରୁଦ୍ରପ୍ରସାଦ(୧୭) । ସେ ଜଣେ ଯୁକ୍ତ ଦୁଇ ଛାତ୍ର। ପ୍ରେମ ବ୍ୟାପରକୁ ନେଇ ତାଙ୍କୁ ହତ୍ୟା  କରାଯାଇଥିବା ସନ୍ଦେହ ପ୍ରକାଶ ପାଇଛି।

Advertisment

୨ ଦିନ ହେଲା ରୁଦ୍ର ନିଖୋଜ ଥିଲେ। ଗୁରୁବାର ସକାଳେ ନାଳରୁ ତାଙ୍କ ମୃତଦେହ ମିଳିଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଗାଁ ନିକଟ ଶଗଡ଼ିଆ ନାଳରୁ ରୁଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ନିଖୋଜ ରୁଦ୍ରଙ୍କୁ  ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନ ଥିଲେ। ଏନେଇ ପରିବାର ଲୋକେ ଧର୍ମଶାଳା ଥାନାରେ ମାମଲା ରୁଜୁ କରିଥିଲେ।

ଗୁରୁବାର ସକାଳେ ଶଗଡ଼ିଆ ନାଳରେ ରୁଦ୍ରଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ପୁଅର ମୃତଦେହକୁ ଚିହ୍ନଟ କରିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ରୁଦ୍ରଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ:ଆଧୁନିକ ମେଟାଲିକ୍ସରେ ଦୁର୍ଘଟଣା: ଗରମପାଉଁଶରେ ଜଳିଗଲେ ଶ୍ରମିକ

ରୁଦ୍ରଙ୍କ ବାପା କହିଛନ୍ତି, ମୋ ପୁଅକୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି। ମୋ ପୁଅକୁ ଯିଏ ମାରିଛି ତାକୁ ଦଣ୍ଡ ମିଳୁ । ମୋ ପୁଅକୁ ନ୍ୟାୟ ମିଳୁ।

ଅଧିକ ପଢ଼ନ୍ତୁ:ଆଜିଠୁ ଲଘୁଚାପ ବର୍ଷା: ୫ ଜିଲ୍ଲାରେ ଛେଚିବ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ