ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

Advertisment
ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଭୋଗରାଇ/ଚନ୍ଦନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କୁମ୍ଭାରମୁଳି ପ୍ରାଥମିକ ବିଦ୍ୟାଳୟ ଗେଟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣା ଦେଇଥିଲେ।

ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ପାଠ ପଢ଼ୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚାରିମାସ ହେଲା ବିଦ୍ୟାଳୟରୁ ସରକାରୀ ସହାୟତା ପାଇ ପାରିନାହାନ୍ତି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନ୍ମଥ ଗିରିଙ୍କୁ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ବି ସେ ସରକାରୀ ସହାୟତା ମିଳିବନି ବୋଲି କହିଥିଲେ। ଅନ୍ୟପକ୍ଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନିଲ ବେହେରାଙ୍କୁ ଛାତ୍ରଛାତ୍ରୀ ଅଭିଯୋଗ କରିବା ପରେ ମଧ୍ୟ ସେ ଛାତ୍ରଛାତ୍ରୀଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ। ତେଣୁ ଏହାର ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇ ଆଜି ସକାଳ ୭ଟାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଦିନ ଗୋଟାଏ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ପରେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ମଙ୍ଗଳବାର ସୁଦ୍ଧା ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ସୁଦ୍ଧା ଯଦି ସରକାରୀ ସହାୟତା ନ ମିଳେ ତାହାହେଲେ ଛାତ୍ରଛାତ୍ରୀ ଓ ଅଭିଭାବକ ମିନତି ବେହେରା, ଭାରତୀ ବେହେରା, ବାବୁରାମ ବେହେରା, ଦୁର୍ଗାଚରଣ ବେହେରା, ବଂଶୀ ଦାସ, ବେନୁ ଆଧେକ, ଦେବ କୁମାର ବେହେରା, ବିଦ୍ୟାଳୟ ଆଗରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe