‘ଛାତ୍ରଛାତ୍ରୀ ଜନ୍ମମାଟିକୁ କର୍ମଭୂମି ଭାବେ ବାଛିବା ଉଚିତ୍‌’

Advertisment

କଳାହାଣ୍ଡି ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରତିଷ୍ଠା ଦିବସ

କଳାହାଣ୍ଡି ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରତିଷ୍ଠା ଦିବସ

‘ଛାତ୍ରଛାତ୍ରୀ ଜନ୍ମମାଟିକୁ କର୍ମଭୂମି ଭାବେ ବାଛିବା ଉଚିତ୍‌’

ଭବାନୀପାଟଣା: ଛାତ୍ରଛାତ୍ରୀ ନିଜ ଜନ୍ମମାଟିକୁ କର୍ମଭୂମି ଭାବରେ ବାଛିବା ଆବଶ୍ୟକତା ରହିଛି। ନିଜ ଅଞ୍ଚଳର ଶକ୍ତି ଓ ଦୁର୍ବଳତାକୁ ଚିହ୍ନଟ କରି ଏହା ଉପରେ କାର୍ଯ୍ୟ କରିବାକୁ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ଟି.ଭି. କଟିମନି ଗୁରୁତ୍ବାରୋପ କରିଥିଲେ। ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଏନ୍‌ଆରଡିସିର ଆଞ୍ଚଳିକ ମୁଖ୍ୟ ଡ. ବିଜୟ କୁମାର ସାହୁ କଳାହାଣ୍ଡି ବର୍ତ୍ତମାନ ଆଗକୁ ବଢ଼ୁଛି, ତେଣୁ ଛାତ୍ରଛାତ୍ରୀ କଳାହାଣ୍ଡିର ସାମର୍ଥ୍ୟକୁ ପାଥେୟ କରି ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ସେମାନେ କଠିନ ପରିଶ୍ରମ ଓ ସୁଯୋଗର କାର୍ଯ୍ୟକାରୀ ଉପରେ ଗୁରୁତ୍ବ‌ ଦେଇ ଗବେଷଣା ଓ ଉଦ୍ୟୋଗ ପ୍ରତି ଅଧିକ ଆକୃଷ୍ଟ ହେବା ଆବଶ୍ୟକ ରହିଛି ବୋଲି କହିଥିଲେ। କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ସଞ୍ଜୟ ଶତପଥୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ବିଶ୍ବବିଦ୍ୟାଳୟର କଣ୍ଟ୍ରୋଲର ଅଫ ଫାଇନାନ୍ସ ସୁରେଶ ପିଡି ଶିକାର, ଏଚଆରଡିସିର ନିର୍ଦ୍ଦେଶକ ଡ. ରାଜକିଶୋର ମହନା ଯୋଗ ଦେଇଥିଲେ। କଳାହାଣ୍ଡି ବିଶ୍ବବିଦ୍ୟାଳୟର ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ଡିଗ୍ରି ଓ ପିଜି ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ନୃତତ୍ତ୍ବ ବିଭାଗର ଆସୋସିଏଟ ପ୍ରଫେସର ଡ. ନିବେଦିତା ନାଥ ମଞ୍ଚ ପରିଚାଳନା କରିଥିଲେ। ପିଜି କାଉନସିଲର ଅଧ୍ୟକ୍ଷ ଡ. ଜୟଦେବ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe