ସୋମବାର ଠାରୁ ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟାଳୟକୁ ଆସିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

Advertisment

୬୧୦ ମାଧ୍ୟମିକ ବିଦ୍ୟାଳୟରେ ଅଛନ୍ତି ୩୯,୩୨୦ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

୬୧୦ ମାଧ୍ୟମିକ ବିଦ୍ୟାଳୟରେ ଅଛନ୍ତି ୩୯,୩୨୦ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ସମୟସୀମା ମଧ୍ୟରେ ସ୍କୁଲ, କଲେଜକୁ ଜମିପଟ୍ଟା ମିଳିବ

Tribune India

ବାରିପଦା: ଦୀର୍ଘ ଦିନର ବ୍ୟବଧାନ ପରେ ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟାଳୟ ଖୋଲିବାକୁ ଯାଉଥିବା ସମୟରେ ପ୍ରଥମ ଦଫାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ। ଜୁଲାଇ ୨୬ ତାରିଖ ସୋମବାର ଠାରୁ ଜିଲ୍ଲାରେ ୬୧୦ଟି ମାଧ୍ୟମିକ ବିଦ୍ୟାଳୟରେ ଥିବା ୩୯,୩୨୦ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବେ। ଏହି ସମୟରେ କୋଭିଡ଼ ଗାଇଡ଼ ଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଥି ନିମନ୍ତେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଜିଓର ଜାରି କରାଯାଇଛି। ଏଥିରେ ବିଦ୍ୟାଳୟ ଆସିବାକୁ କୌଣସି ଛାତ୍ରଛାତ୍ରୀ ମାନଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସୂଚନା ରହିଛି।

କୋଭିଡ଼-୧୯ ସମୟରେ ଯେଉଁ ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ଅନୁମତି ଦେବେ, କେବଳ ସେହି ପିଲାମାନେ ବିଦ୍ୟାଳୟକୁ ପାଠ ପଢ଼ିବା ନିମନ୍ତେ ଆସିପାରିବେ। ଯେଉଁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଆସି ପାରିବେ ନାହିଁ, ସେମାନେ ଅନ୍‌ଲାଇନରେ ପୂର୍ବପରି ପାଠପଢ଼ି ପାରିବେ। ଅଫ୍‌ଲାଇନରେ ସକାଳ ୧୦ ରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ପାଠପଢ଼ା ହେବ। ଅନ୍‌ଲାଇନ କ୍ଳାସ ପୂର୍ବଭଳି ଜାରି ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ସୂଚନା ଦେଇଛନ୍ତି। ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ବିଦ୍ୟାଳୟକୁ ନିୟମିତ ଭାବେ ଆସିବେ।

କେବଳ ଦଶମ ଶ୍ରେଣୀର ଛାତ୍ରୀ ମାନେ ଆସୁଥିବାରୁ ପ୍ରତ୍ୟେକ କୋଠରୀରେ ୨୦ ରୁ ୨୫ ଛାତ୍ରୀମାନେ ବସିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କ୍ଲାସ ଶେଷ ହେବା ପରେ ଛାତ୍ରୀମାନେ ହାତକୁ ସାନିଟାଇଜ କରାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଶିକ୍ଷା ବିଭାଗର ଏସ୍ଓ‌ପି ଅନୁସାରେ ସବୁ କିଛି ବ୍ୟବସ୍ଥା କରାଯାଇଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଏନେଇ ଡିଇଓଙ୍କ ଅଧ୍ୟକ୍ଷତାରେ ଏକ ଚାରିଜଣିଆ ଟିମ ଗଠନ କରାଯାଇଛି। ପ୍ରତି ବିଇଓରେ ଜଣେ ଜଣେ ସଭ୍ୟ ଅଛନ୍ତି। ସେହିପରି ସ୍କୁଲ ସ୍ତରରେ ଅଭିଭାବକ ଏବଂ ପ୍ରଧାନ ଶିକ୍ଷକଙ୍କୁ ନେଇ ଏକ ସମ୍ବନୟ କମିଟି ଗଠନ ହୋଇଥିବା ଜଣାପଡିଛି। ଏହି ଟିମ୍‌ କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe