ସତ୍ୟବାଦୀରେ ଘରୋଇ ନର୍ସିଂ ହୋମ ସିଲ

Advertisment
ସତ୍ୟବାଦୀରେ ଘରୋଇ ନର୍ସିଂ ହୋମ ସିଲ

ପୁରୀ: କୋଭିଡ-୧୯ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଗୁରୁବାର ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗର ସୁପରିଣ୍ଡେଡେଣ୍ଟ ଇନ ଚାର୍ଜ ଡାକ୍ତର ବିରଜା ଶଙ୍କର ରଥଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ସତ୍ୟବାଦୀସ୍ଥିତ ଗୋପୀନାଥ ନର୍ସିଙ୍ଗ ହୋମ ଚଢ଼ାଉ କରିଥିଲେ ।

ଚଢ଼ାଉ କରି ଯାଞ୍ଚ କରୁଥିବା ସମୟରେ ନର୍ସିଙ୍ଗ ହୋମ କର୍ତ୍ତୃପକ୍ଷ ଉପଯୁକ୍ତ ରେଜିଷ୍ଟ୍ରେସନ ସେର୍ଟିଫିକେଟ ଓ ଆବଶ୍ୟକୀୟ ଡକୁମେଣ୍ଟ ଦେଖାଇ ପାରି ନ ଥିଲେ। ଗତ ୬.୭.୨୦୨୦ରେ ଉକ୍ତ ନର୍ସିଙ୍ଗ ହୋମରେ ସ୍ୱାସ୍ଥ୍ୟ ବିଭାଗର କରୋନା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀକୁ ଉଲଂଘନ କରି ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଏହା ଦ୍ୱାରା ନର୍ସିଙ୍ଗ ହୋମ କର୍ମଚାରୀମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି।

publive-image

ଆଜି ପ୍ରଶାସନ ଦ୍ୱାରା ଏହି ନର୍ସିଙ୍ଗ ହୋମକୁ ସିଲ କରିବା ସହ ଏହି ନର୍ସିଙ୍ଗ ହୋମ ପରିଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇଛି। ଏ ସମ୍ବନ୍ଧରେ ଯାଞ୍ଚ ଦଳ ତରଫରୁ ସ୍ଥାନୀୟ ଥାନାରେ ଏକ ଏତଲା ଦିଆଯାଇଛି। ସମସ୍ତ ଷ୍ଟାଫ କର୍ମଚାରୀଙ୍କୁ କ୍ୱାରେଣ୍ଟିନକୁ ପଠା ଯିବା ସହ କଣ୍ଟାକ୍ଟ ଟ୍ରାସିଂ ଜାରି ରଖି ସେମାନଙ୍କ ସଂସ୍ପର୍ଶରେ ଆସି ଥିବା ଲୋକମାନକୁ କ୍ୱାରେଣ୍ଟିନରେ ରଖା ଯିବା ପାଇଁ ପଦକ୍ଷେପ ନିଆ ଯାଉଛି। ନର୍ସିଙ୍ଗ ହୋମ ସିଲ ବେଳେ ସତ୍ୟବାଦୀ ତହସିଲଦାର ତଥା ଏଗଜିକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ସ୍ଥାନୀୟ ଜୟପୁର ପଂଚାୟତର ସରପଞ୍ଚ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe