ଖଟିଆରେ ରୋଗୀଣା ବୃଦ୍ଧାଙ୍କୁ ନଦୀ ପାର୍‌ ଘଟଣା: ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭକଲେ ସ୍ବତନ୍ତ୍ର କମିଟି

Advertisment
ଖଟିଆରେ ରୋଗୀଣା ବୃଦ୍ଧାଙ୍କୁ ନଦୀ ପାର୍‌ ଘଟଣା: ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭକଲେ ସ୍ବତନ୍ତ୍ର କମିଟି

କୋଇଡ଼ା: କୋଇଡ଼ା ବ୍ଲକର ଅରାଘାଟ ଗାଁର ଜଣେ ବୃଦ୍ଧା ରୋଗୀଙ୍କୁ ଖଟିଆରେ ବୋହି ନଦୀ ପାର କରିବା ଘଟଣା ‘ସମ୍ବାଦ’ରେ ପ୍ରକାଶିତ ହେବାପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ କୋଇଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀରାଣୀ ରାଜ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ମୁତାବକ ବ୍ଲକସ୍ତରୀୟ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଆଜି ଅରାଘାଟ ଗାଁକୁ ଯାଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ସଂପୃକ୍ତ ରୋଗୀ ଓ ଗାଁ ଲୋକଙ୍କୁ ପଚରାଉଚରା କରିଛି। ଏତଦ୍‌ବ୍ୟତୀତ ଏହି ଗାଁକୁ ଖୁବଶୀଘ୍ର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ‌ପୋଲ ଓ ରାସ୍ତା ନିର୍ମାଣ କରାଯିବବୋଲି ପ୍ରଶାସନ ସୂଚନା ଦେଇଛି। ଅପରପକ୍ଷରେ ବୃଦ୍ଧାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ପ୍ରକାଶଥାଉକି, କୋଇଡା ବ୍ଲକ ଅରାଘାଟ ଗାଁରୁ ଅଳ୍ପ ଦୂରରେ ଅଛି ଗୋପୀ ସାହି ବସ୍ତି। ଏହି ବସ୍ତି ପ୍ରାୟ ୩୫ରୁ ଅଧିକ ପରିବାର ରହୁଥିବାବେଳେ ଏଠାକୁ ଯିବାକୁ କିନ୍ତୁ ରାସ୍ତାଟିଏ ନାହିଁ। ଏହି ବସ୍ତିକୁ ଯିବାକୁ ହେଲେ ସୁନା ନଦୀ ପାର ହେବାକୁ ପଡ଼ିଥାଏ। ଗତ କିଛି ଦିନ ହେଲା ଏହି ବସ୍ତିର ଫୁଲମତୀ ମୁଣ୍ଡା(୮୦) ଅସୁସ୍ଥ ହୋଇ ଥିଲେ। ତେବେ ଗତକାଲି ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ନିକଟସ୍ଥ ହସପିଟାଲକୁ ଅଣା ଯାଇଥିଲା। ମାତ୍ର ରାସ୍ତା ନ ଥିବାରୁ ଖଟିଆରେ ବୁହା ହୋଇ ତଥା ନଦୀ ପାର କରି ତାଙ୍କୁ ହସପିଟାଲକୁ ଅଣାଯାଇଥିଲା। ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe