ବାଳକାଟି ସବ୍‌ପୋଷ୍ଟ ଅଫିସ କର୍ମଚାରୀ ପଜିଟିଭ

Advertisment
କରୋନାରେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ

Halifax News

ବାଲିଅନ୍ତା: ବାଳକାଟି ସବ୍‌ପୋଷ୍ଟ ଅଫିସ ଡାକ ପିଅନ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ଡାକ୍ତର ତାଙ୍କୁ ଗୃହ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଡାକ ପିଅନ ଜଣକ ଡାକ କାର୍ଯ୍ୟ ସଂପାଦନ କରିବା ବେଳେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କର କୋଭିଡ଼ ପରୀକ୍ଷା କରାଇବାକୁ ପ୍ରଶାସନ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଡାକ କର୍ମଚାରୀ ଜଣକ ଥଣ୍ଡା ଜ୍ବରରେ ପୀଡ଼ିତ ଥିଲେ। ତେଣୁ ଗତକାଲି ସେ ତାଙ୍କର କୋଭିଡ଼ ପରୀକ୍ଷା କରାଇବାରୁ ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟଜଣେ କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସେ ତାଙ୍କର କୋଭିଡ଼ ପରୀକ୍ଷା କରାଇଛନ୍ତି। ହେଲେ ତାଙ୍କର ରିପୋର୍ଟ ଆସିନଥିବାରୁ ପଜିଟିଭ କି ନେଗେଟିଭ ତାହା ସ୍ପଷ୍ଟ ହୋଇପାରି ନଥିବା ଜଣେ ଅଧିକାରୀ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe