ସୁବର୍ଣ୍ଣପୁର: ଝାଡ଼ାବାନ୍ତିରେ ୧୧ ଆକ୍ରାନ୍ତ; ଆଉ ୨୭ ଜଣଙ୍କୁ ପ୍ରତିଷେଧକ ଔଷଧ

Advertisment
ସୁବର୍ଣ୍ଣପୁର: ଝାଡ଼ାବାନ୍ତିରେ ୧୧ ଆକ୍ରାନ୍ତ; ଆଉ ୨୭ ଜଣଙ୍କୁ ପ୍ରତିଷେଧକ ଔଷଧ

ସୁବର୍ଣ୍ଣପୁର: ସୋନପୁର ବ୍ଲକ୍‌ ଅନ୍ତର୍ଗତ ଜନମୁରା ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୧ ଜଣ ବ୍ୟକ୍ତି ବୁଧବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ିଛନ୍ତି।

ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା କଥା ଆଜି ଡାକ୍ତରମାନେ କହିଛନ୍ତି।

ଏକ ପରିବାରରେ ବାହାଘର ପରେ ବୋହୂଘରୁ ଆସିଥିବା ମିଠେଇ ଭାର ଖାଇଥିବା ଯୋଗୁଁ ସମ୍ପୃକ୍ତ ଝାଡ଼ାବାନ୍ତି ବ୍ୟାପିବାର କାରଣ ବୋଲି ଡାକ୍ତରମାନେ କହିଛନ୍ତି। ଆଜି ଏକ ଡାକ୍ତରୀଦଳ ସମ୍ପୃକ୍ତ ଗାଁ’କୁ ଯାଇ ଆଉ ୨୭ ଜଣଙ୍କୁ ପ୍ରତିଷେଧକ ଔଷଧ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe