ପୁଲିସ ପେଟ୍ରୋଲିଙ୍ଗ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୫ କର୍ମଚାରୀ ଆହତ

ପୁଲିସ ପେଟ୍ରୋଲିଙ୍ଗ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୫ କର୍ମଚାରୀ ଆହତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ସୁବଳୟା ଥାନା ଗାଡ଼ି ରାତ୍ରି ପେଟ୍ରୋଲିଙ୍ଗ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ଏହାଫଳରେ ପାଞ୍ଚଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବୈ।ଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ସୁବଳୟା ଥାନା ପୁଲିସ୍ ରାତିରେ ପେଟ୍ରୋଲିଙ୍ଗ ସାରି ଥାନାକୁ ଫେରୁଥିବା ବେଳେ ସୁବଳୟା ରେଢ଼ାଖୋଲ ରାସ୍ତା ବାଉରୀଜୋର ପୋଲ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସୁବଳୟା ଥାନା ସବ୍ ଇନ୍ସପେକ୍ଟରଙ୍କ ଦୀପ୍ତିରଞ୍ଜନ ଦିଗାଲ୍, ଏଏସଆଇ ଏସ୍ ସଇନ୍ଦ୍ରଇଆଙ୍କ ସମେତ ପାଞ୍ଚଜଣ ପୁଲିସ୍ କର୍ମଚାରୀ ଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe