ମିନିଟ୍ରକ ଧକ୍କାରେ ସ୍ବାମୀ ଆହତ, ସ୍ତ୍ରୀ ଗୁରୁତର

Advertisment
ମିନିଟ୍ରକ ଧକ୍କାରେ ସ୍ବାମୀ ଆହତ, ସ୍ତ୍ରୀ ଗୁରୁତର

ବିନିକା: ବାହାଘରକୁ ଯିବା ହେଳା କାଳ। ମିନିଟ୍ରକ ଧକ୍କାରେ ସ୍ବାମୀ ଆହତ, ସ୍ତ୍ରୀ ଗୁରୁତର। ଆଜି ବୌଦ୍ଧ ଜିଲ୍ଲା କରଡ଼ି ଗାଁର ସ୍ଵାଧୀନ ସାହୁ (୬୩) ଓ ତାଙ୍କ ସ୍ତ୍ରୀ ଶଶି ସାହୁ (୫୦) ଏକ ବାଇକରେ ବରଗଡ଼ ଜିଲ୍ଲା ଭେଡେନରୁ ବାହାଘରରେ ଯୋଗଦାନ କରି ଘରକୁ ଫେରୁଥିଲେ। ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ବେଲପଡ଼ା ଛକ ନିକଟରେ ଏକ ୪୦୭ ମିନିଟ୍ରକ ଦମ୍ପତିଙ୍କୁ ପଛପଟରୁ ଧକ୍କାଦେଇ ଫେରାର ମାରିଥିଲା।ଫଳରେ ଦମ୍ପତି ହିରୋ ସ୍ପେଲେଣ୍ଡର (ଓଡି୨୭ଏ-୦୩୪୬) ବାଇକରୁ ଛିଟିକି ପଡ଼ିଥିଲେ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦମ୍ପତିଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ସ୍ଵାମୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସ୍ତ୍ରୀଙ୍କୁ ବୁର୍ଲା ଭିମସାରକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe