ବଲାଙ୍ଗୀର-ବରଗଡ଼ ଜାତୀୟ ରାଜପଥରେ ଖରାପ ହେଲା ଆମ୍ବୁଲାନ୍ସ, ରୋଗୀ ହେଲେ ହଟହଟା

ବଲାଙ୍ଗୀର-ବରଗଡ଼ ଜାତୀୟ ରାଜପଥରେ ଖରାପ ହେଲା ଆମ୍ବୁଲାନ୍ସ, ରୋଗୀ ହେଲେ ହଟହଟା

ବିନିକା: ରାସ୍ତା ଉପରେ ଖରାପ ହେଲା ଆମ୍ବୁଲାନ୍ସ , ରୋଗୀ ହେଲେ ହଟହଟା। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ସରକାରଙ୍କ ଅର୍ଥ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ନିର୍ବାଚନ ମଣ୍ଡଳୀ ଡୁଙ୍ଗୁରିପାଲିରେ। ଗତକାଲି ବଲାଙ୍ଗୀର-ବରଗଡ଼ ଜାତୀୟ ରାଜପଥ-୨୬ର ମୁଖ୍ୟରାସ୍ତା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଶିବ ମନ୍ଦିର ନିକଟରେ ୧୦୮ ଆମ୍ବୁଲାନ୍ସ  ଖରାପ ହୋଇଯାଇଥିଲା ।

ଏଇ ରାସ୍ତାରେ ବଡ଼ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଗାତରେ ପଡ଼ି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ରୋଗୀ ନେଇ ବୁର୍ଲା ମେଡିକାଲକୁ ଯାଉଥିବା ୧୦୮ ଆମ୍ବୁଲାନ୍ସର ଏକ ପାର୍ଟସ ଛିଣ୍ଡି ଯାଇଥିବାରୁ ଆମ୍ବୁଲାନ୍ସ ଟି ରାସ୍ତାରେ ଖରାପ ହୋଇଯାଇଥିଲା। ଏଇ ଆମ୍ବୁଲାନ୍ସରେ ଥିବା ଗୁରୁତର ରୋଗୀ ଯନ୍ତ୍ରଣାର ହୋଇଥିଲେ। ଅର୍ଥ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ବଲାଙ୍ଗୀର- ବରଗଡ଼ ମୁଖ୍ୟରାସ୍ତା ଡୁଙ୍ଗୁରିପାଲିରେ ମରଣଯନ୍ତା ପାଲଟିଯିବାରୁ ଆମ୍ବୁଲାନ୍ସଟି ଖରାପ ହୋଇଯାଇଥିଲା। ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ବି କାହାରି ଏଥିପ୍ରତି ନଜର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe