ହାଇସ୍କୁଲକୁ ଆଡମିଟ କାର୍ଡ ନେବାକୁ ଯିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

Advertisment
ହାଇସ୍କୁଲକୁ ଆଡମିଟ କାର୍ଡ ନେବାକୁ ଯିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ବିନିକା: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲୀମାଲ ଗାଁରେ ଘଟିଛି ଏଭଳି ଘଟଣା।

ସୂଚନା ଅନୁଯାୟୀ, ଚୁଲିମାଲ ଗାଁର ଦଶମ ଶ୍ରେଣୀ ଛାତ୍ରୀ ସ୍ଵାଗତିକା ବାଗ ଭଣ୍ଡାର ହାଇସ୍କୁଲକୁ ଆଡମିଟ କାର୍ଡ ନେବାକୁ ଘରୁ ବାହାରିବା ସମୟରେ ଛାତ୍ରୀଙ୍କ କାକା ଛଵି ବାଗଙ୍କୁ କିଛି ଲୋକ ମରଣାନ୍ତକ ଆକ୍ରମଣ କରୁଥିଲେ। ହେଲେ ଛାତ୍ରୀଜଣକ ଏହା ଦେଖି କାକାଙ୍କୁ ଛଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ଛାତ୍ରଙ୍କ ମୁଣ୍ଡରେ ଠେଙ୍ଗା ମାଡ଼ ହୋଇଥିବାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାକୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଏଇ ଘଟଣା ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe