ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବି: ସୁବର୍ଣ୍ଣପୁରରେ ଦୋକାନ ବଜାର, ସ୍କୁଲ କଲେଜ ସବୁ ବନ୍ଦ

ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବି: ସୁବର୍ଣ୍ଣପୁରରେ ଦୋକାନ ବଜାର, ସ୍କୁଲ କଲେଜ ସବୁ ବନ୍ଦ

ବୀରମହାରାଜପୁର: ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ଆଜି ପଶ୍ଚିମ ଓଡ଼ିଶାରେ ମହାବନ୍ଦ। ଏହାର ପ୍ରଭାବରେ ସୁବର୍ଣ୍ଣପୁରରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର, ସ୍କୁଲ କଲେଜ ସବୁ ବନ୍ଦ ଥିବା ଦେଖିବାକୁ ମିଳିଛି। ଜିଲ୍ଲାର ସମସ୍ତ ୬ଟି ବ୍ଲକରେ ବନ୍ଦ ପାଳନ ହେଉଥିବାବେଳେ ବିଭିନ୍ନ ଛକରେ କୋଶଳ ନେତା ଓ କର୍ମୀମାନେ ପିକେଟିଂ କରୁଛନ୍ତି।

publive-image

କୋଶଳ ରାଏଜ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଏହି ମହାବନ୍ଦରେ ବିଭିନ୍ନ ଅନୁଷ୍ଠାନ ସାମିଲ ହୋଇଛନ୍ତି। ଛକମାନଙ୍କରେ କୋଶଳ ସଂଗ୍ରାମୀମାନେ ପିକେଟିଙ୍ଗ ସହ ବିଭିନ୍ନ ନାରା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe