ବିନିକାରେ ୧୨ ଘଣ୍ଟିଆ ବନ୍ଦ ପାଳନ: ଶିକ୍ଷାନୁଷ୍ଠାନ ସମେତ ଦୋକାନ ବଜାର ବନ୍ଦ

ବିନିକାରେ ୧୨ ଘଣ୍ଟିଆ ବନ୍ଦ ପାଳନ: ଶିକ୍ଷାନୁଷ୍ଠାନ ସମେତ ଦୋକାନ ବଜାର ବନ୍ଦ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ଳନବିନିକାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ପ୍ରସ୍ତାବିତ ଓପିଟିଏଲର ୨୨୦ କେଭି ଉଚ୍ଚ କ୍ଷମତା ସଂପନ୍ନ   ବିଦ୍ୟୁତ୍ ଟାୱାର ହଟାଇବା ଦାବିରେ ସ୍ବାଭିମାନ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ସକାଳ ସକାଳୁ ସହରର ବିଭିନ୍ନ ସ୍ଥାନରେ ଲୋକେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି। ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଛି।

ବନ୍ଦ ପାଳନରେ ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ଦୋକାନ ବଜାର ବନ୍ଦ ରହିଛି। ତେବେ ଯାନବାହନ ଚଳାଚଳ ଜାରି ରଖିବା ଲାଗି ସଙ୍ଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜରୁରୀକାଳୀନ ସେବାକୁ ବି ବନ୍ଦରୁ ବାଦ୍ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe