ରାସ୍ତା ବିପର୍ଯ୍ୟସ୍ତ ପ୍ରତିବାଦ: ଡୁଙ୍ଗୁରିପାଲିଠାରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

ରାସ୍ତା ବିପର୍ଯ୍ୟସ୍ତ ପ୍ରତିବାଦ: ଡୁଙ୍ଗୁରିପାଲିଠାରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

ଡୁଙ୍ଗୁରିପାଲି: ଜାତୀୟ ରାଜପଥର ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବରଗଡ଼-ବୋରିଗୁମା ରାସ୍ତାର ଡୁଙ୍ଗୁରିପାଲିଠାରେ ୨୬ ନମ୍ବର ଜାତୀୟ ରାଜପଥର ଅବରୋଧ କରାଯାଇଛି। ଏହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଜରୁରୀ ସେବା ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବାଦ୍ ଦେଇ ଅନ୍ୟ ଯାନବାହନ ସବୁ କିଛି ବନ୍ଦ କରାଯାଇ ଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଡୁଙ୍ଗୁରିପାଲି ଅଞ୍ଚଳର ଚିନାଜୁରୀଠାରୁ ଚେରୁପାଲି ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ ଲୋକମାନେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହିତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସଚେତନ ନାଗରିକ କମିଟି ପକ୍ଷରୁ ଲିଖିତ ଦିଆଯାଇଥିଲେ ସୁଦ୍ଧା ରାସ୍ତା ପ୍ରଶସ୍ତିକରଣ କରାଯାଉ ନ ଥିବାରୁ ବାଧ୍ୟ ହୋଇ ଆଜି ଏହି ଆନ୍ଦୋଳନ କରିଥିବା ଦେଖା ଦେଇଛି। ଆନ୍ଦୋଳନ ସ୍କାନରେ ଅପ୍ରୀତିକର ପରିସ୍ଥିତିକୁ ଆଖି ଆଗରେ ରଖି ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଶାନ୍ତିପୂର୍ଣ୍ଣ ଭାବରେ ରାସ୍ତା ଅବରୋଧ ଆନ୍ଦୋଳନ କରାଯାଇଛି। ଯଦି ସରକାର ଏ ଦିଗରେ କିଛି ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe