ସୋନପୁରରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ, ଦୁଇ ଯାତ୍ରୀ ଆହତ

ସୋନପୁରରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ, ଦୁଇ ଯାତ୍ରୀ ଆହତ

ସୋନପୁର/ପାଟଣାଗଡ଼: ଭୁବନେଶ୍ୱରରୁ କଣ୍ଟାବାଞ୍ଜି ଯାଉଥିବା ପ୍ରଶାନ୍ତି ନାମକ ଯାତ୍ରୀବାହୀ ବସ ସୋନପୁର ବଲାଙ୍ଗୀର ରାସ୍ତା ଖମ୍ବେଶ୍ବରୀପାଲି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଛନ୍ତି ୪୦ ଯାତ୍ରୀ।  ଭୁବନେଶ୍ୱରରୁ ଗତ ରାତିରେ କଣ୍ଟାବାଞ୍ଜିକୁ ଆସୁଥିବା ସମୟରେ ଭୋରରେ ଖମ୍ବେଶ୍ବରୀପାଲି ନିକଟରେ ଥିବା ଏକ ପୋଲର ବାଡାରେ ବାଡେଇ ହୋଇ ରାସ୍ତା ତଳକୁ ଖସି ପଡ଼ି ବସଟି ଓଲଟି ପଡ଼ିଥିଲା। ଫଳରେ ବସ୍ ର କ୍ଷତି ହେବା ସହ ଦୁଇ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଯାତ୍ରୀମାନଙ୍କ ମଧ୍ୟରେ ପାଟଣାଗଡ଼ ଅଞ୍ଚଳର ବହୁ ଲୋକ ଥିବା ଜଣାଯାଇଛି।

ଗୁରୁତର ଓ ଆହତମାନଙ୍କୁ ଉଦ୍ଧାର କରାଯାଇ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ଜଣାପଡ଼ିଛି। ଏଠାରେ ପ୍ରକାଶ ଥାଉ କି, ବିଭିନ୍ନ ପରୀକ୍ଷା ପାଇଁ ପାଟଣାଗଡ଼ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ବର୍ଗ ବସରେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe